ଲାହୋର: ପାକିସ୍ତାନର ପଞ୍ଜାବ ଏବଂ ସିନ୍ଧୁ ସୀମାନ୍ତରେ ଥିବା ଇନ୍ଦୁ ନଦୀରେ ଏକ ଅଘଟଣ ଘଟିଛି। ବିବାହ ପାର୍ଟିରେ ଯାଉଥିବା ଏକ ଡଙ୍ଗା ବୁଡ଼ିଯାଇ ସୋମବାର ୧୯ ମହିଳାଙ୍କ ମୃତ୍ୟୁ ହୋଇଛି। ପଞ୍ଜାବର ରାଜନପୁରରୁ ଏକ ବିବାହ ଭୋଜିରେ ଯୋଗ ଦେବାକୁ ୧୦୦ ଜଣଙ୍କୁ ନେଇ ଏକ ଡଙ୍ଗା ମାକ୍କା ଯାଉଥିଲା। ଇନ୍ଦୁ ନଦୀରେ ଶ୍ରୋତ ପ୍ରଖର ଥିବାବେଳେ ଅଧିକ ପରିବହନ ଯୋଗୁ ଡଙ୍ଗା ବୁଡି ଯାଇଥିବା ଅନୁମାନ କରାଯାଉଛି। ରହିମ ୟାର ଖାନ ସହରଠାରୁ ୬୫ କିମି ଦୂରରେ ଏହି ଘଟଣା ଘଟିଛି।
ତେବେ ସେଠାକାର ଡେପୁଟି କମିଶନର ସୟଦ ମୁଶା ରାଜା ଗଣମାଧ୍ୟମକୁ କହିଛନ୍ତି ଯେ, ଯାତ୍ରୀଙ୍କୁ ଉଦ୍ଧାର କରିବା ପାଇଁ ଅଭିଜ୍ଞ ବୁଡାଳି ଓ ୩୦ ଜଣ ଉଦ୍ଧାରକାରୀଙ୍କୁ କାର୍ଯ୍ୟରେ ଲଗାଯାଇଛି। ୧୯ ମୃତକଙ୍କୁ ଉଦ୍ଧାର କରାଯାଇଥିବାବେଳେ ଅନ୍ୟମାନେ ନିଖୋଜ ଅଛନ୍ତି। ତେବେ ଏହି ଘଟଣାରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ସେହବାଜ ଶରିଫ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/7-14.jpg)