ଶିଶୁର ପେଟରୁ ବାହାରିଲା ୧୯୦ଟି ଚୁମ୍ବକ ବଲ

ବେଜିଙ୍ଗ: କୁନି ଝିଅର ପେଟରୁ ବାହାରିଲା ୧୯୦ଟି ଚୁମ୍ବକ ବଲ | ମିଳିଥିବା ସୂଚନା ମୁତାବକ ଚୀନରେ ଜଣେ ଝିଅର ସ୍ୱାସ୍ଥ୍ୟ ଖରାପ ହେବା ପରେ ଯେତେବେଳେ ଡାକ୍ତରମାନେ ତାଙ୍କୁ ପରୀକ୍ଷା କରିଥିଲେ, ସେତେବେଳେ ତାଙ୍କର ହୋସ ମଧ୍ୟ ଉଡ଼ି ଯାଇଥିଲା। ପାଞ୍ଚ ବର୍ଷର ଝିଅର ପେଟରୁ ୧୯୦ଟି ଚୁମ୍ବକ ବଲ ବାହାରିଥିଲା | କୁହାଯାଉଛି ଯେ ଝିଅଟି ଖେଳିବା ସମୟରେ ଏଗୁଡ଼ିକୁ ଗିଳି ଦେଇଥିଲା | ଝିଅଟିର ପେଟ ବ୍ୟଥା ହେବା ପରେ ତାହାର ଏକ୍ସ-ରେ କରାଯାଇଥିଲା |

photo-aajtak

ଯେଉଁଥିରେ ଶିଶୁର ପେଟରେ ଶତାଧିକ ଚୁମ୍ବକ ବଲ ଦେଖି ଡାକ୍ତର ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଝିଅଟିର ମାଆ ଡାକ୍ତରମାନଙ୍କୁ କହିଥିଲେ ଯେ ଦୁଇମାସ ପୂର୍ବେ ଖେଳନା ସହିତ ଖେଳୁଥିବାବେଳେ ସେ ବଲଗୁଡିକୁ ଗିଳିଦେଇଥିଲେ | ଦୁଇ ମାସ ଯାଏଁ ଏବାବଦରେ ଜଣାପଡ଼ିନଥିବେଳେ କିଛି ଦିନ ହେଲା ଝିଅର ପେଟରେ ଅସହ୍ୟ ଯନ୍ତ୍ରଣା ହୋଇଥିଲା | ଯାହା ପରେ ଝିଅଟି କାନ୍ଦିଥିଲା |

ଏହା ପରେ ଏକ୍ସରେ କରାଯିବା ପରେ ହିଁ ଘଟଣା ବାବଦରେ ଜଣାପଡିଥିଲା | ବର୍ତ୍ତମାନ ଅପରେସନ କରାଯାଇ ଏହି ବଲଗୁଡିକୁ କଢ଼ାଯାଇଥିବାବେଳେ ଝିଅଟିର ମା ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି | ସେ ଲେଖିଛନ୍ତି ଯେ ପିଲାମାନେ ଖେଳୁଥିବା ସମୟରେ ଅଭିଭାବକମାନେ ଏଥିପ୍ରତି ନଜର ରଖନ୍ତୁ | ନଚେତ ତାଙ୍କ ଝିଅ ଭଳି ସମସ୍ୟା ଉପୁଜିପାରେ |

ସମ୍ବନ୍ଧିତ ଖବର