ନୂଆଦିଲ୍ଲୀ: କରୋନା ଭାଇରସ୍ ଆଫ୍ରିକାରେ ୧ ଲକ୍ଷ ୯୦ ହଜାର ଲୋକଙ୍କ ଜୀବନ ନେଇପାରେ। କରୋନା ନିୟନ୍ତ୍ରଣ ପାଇଁ ନିଆଯାଉଥିବା ପଦକ୍ଷେପ ଯଦି ବିଫଳ ହୁଏ ତେବେ ମହାମାରୀର ପ୍ରଥମ ବର୍ଷରେ ଆଫ୍ରିକାରେ କରୋନାଭାଇରସ୍ ଯୋଗୁଁ ୧ ଲକ୍ଷ ୯୦ ହଜାର ଲୋକଙ୍କ ମୃତ୍ୟୁ ହେବ ବୋଲି ଡବ୍ଲ୍ୟୁଏଚ୍ଓ (ବିଶ୍ବ ସ୍ବାସ୍ଥ୍ୟ ସଂଗଠନ) ସତର୍କ କରାଇଛନ୍ତି। ଡବ୍ଲ୍ୟୁଏଚ୍ଓର ଆଫ୍ରିକା ଆଞ୍ଚଳିକ ନିର୍ଦ୍ଦେଶକ କହିଛନ୍ତି ଯେ, ବିଶ୍ବର ଅନ୍ୟ ଅଂଶ ପରି ଆଫ୍ରିକାରେ ସଂକ୍ରମଣର ମାତ୍ରା ବଢ଼ିନଥିଲେ ମଧ୍ୟ ଆଗକୁ ଏହା ଆହୁରି ଭୟଙ୍କର ରୂପ ନେଇପାରେ ।
ଆଗାମୀ କିଛି ବର୍ଷ ଧରି କରୋନା ଭାଇରସ୍ ଆମ ଜୀବନରେ ସ୍ଥାୟୀ ଭାବେ ରହିବ। ଏଥିପାଇଁ ଆମକୁ ପରୀକ୍ଷା ଏବଂ ଚିକିତ୍ସା ଉପରେ ଅଧିକ ଗୁରୁତ୍ବ ଦେବାକୁ ପଡ଼ିବ। ପ୍ରଥମ ବର୍ଷରେ ଆଫ୍ରିକାରୁ ୨୯ ନିୟୁତରୁ ୪୪ ନିୟୁତ ଆଫ୍ରିକୀୟ ସଂକ୍ରମଣ ହେବେ ବୋଲି ଡବ୍ଲ୍ୟୁଏଚ୍ଓ ଆକଳନ କରିଛନ୍ତି। ଏମାନଙ୍କ ମଧ୍ୟରୁ ୫.୫ ନିୟୁତ ଲୋକଙ୍କ ପାଇଁ ହସ୍ପିଟାଲ୍ ଚିକିତ୍ସା ଆବଶ୍ୟକ ପଡ଼ିପାରେ।