୧୯୧୮ ମସିହାର ମହାମାରୀକୁ ହରାଇଥିବା ୧୦୬ ବର୍ଷୀୟା କୋଭିଡ୍‌କୁ ବି ହରାଇଲେ

ନୂଆଦିଲ୍ଲୀ: ବେଳେବେଳେ ଅତି ଚମତ୍କାର ଘଟଣା ଘଟେ। କିନ୍ତୁ ସମସ୍ତଙ୍କ ଜୀବନରେ ଏହି ସୌଭାଗ୍ୟ ନଥାଏ। ଏମିତି ଏକ ଚମତ୍କାର ଘଟଣା ଦେଖିବାକୁ ମିଳିଛି ସ୍ପେନ୍‌ର ଜଣେ ୧୦୬ ବର୍ଷୀୟା ମହିଳାଙ୍କ କ୍ଷେତ୍ରରେ। ସ୍ପେନ୍‌ର ରୋଣ୍ଡାର ଏହି ମହିଳାଙ୍କ ନାମ ଆନା ଡେଲ୍‌ ଭା‌ଲ୍ଲେ। ୧୯୧୮ରେ ଶିଶୁ ଥିବାବେଳେ ‌ ସେ ମହାମାରୀ ‘ସ୍ପାନିଶ୍‌ ଫ୍ଲୁ’ରେ ପୀଡ଼ିତ ହୋଇଥିଲେ ଏବଂ ଏହି ରୋଗକୁ ହରାଇଥିଲେ। ଏହି ସ୍ପାନିସ‌ ଫ୍ଲୁ ଦୀର୍ଘ ୩୬ ମାସ ଧରି (ଜାନୁଆରି ୧୯୧୮ରୁ ଡିସେମ୍ବର ୧୯୨୦ ) ପର୍ଯ୍ୟନ୍ତ ରହିଥିଲା ଏବଂ ବିଶ୍ବ ଜନସଂଖ୍ୟାର ୧ ତୃତୀୟାଂଶ ଏହି ମହାମାରୀରେ ଆକ୍ରାନ୍ତ ହୋଇଥିଲେ। କିନ୍ତୁ ଏହାର ଠିକ୍‌ ୧୦୨ ବର୍ଷ ପରେ ଏହି ବୟସ୍କା ଜେଜେ ମା’ ପୁଣିଥରେ କରୋନାରେ ପୀଡ଼ିତ ‌ହୋଇଛନ୍ତି ଏବଂ ସୁସ୍ଥ ହୋଇଛନ୍ତି। ୧୯୧୩ ଅକ୍ଟୋବରେ ସେ ଜନ୍ମ ହୋଇଥିଲେ। ଆଉ କିଛି ଦିନ ପରେ ତାଙ୍କୁ ୧୦୭ ବର୍ଷ ହେବ।

ସମ୍ବନ୍ଧିତ ଖବର