ନୂଆଦିଲ୍ଲୀ: ୬୨ବର୍ଷ ପରେ ଦୁଷ୍କର୍ମ ଅଭିଯୁକ୍ତ ବିରୋଧରେ ମିଳିଲା ପ୍ରମାଣ। ଘଟଣାଟି ୧୯୫୯ରେ ଘଟିଥିବା ବେଳେ ସେ ସମୟରେ ଉନ୍ନତ ଡିଏନଏ ଟେକ୍ନୋଲୋଜି ନଥିବାରୁ ଅଭିଯୁକ୍ତ ଖସିଯିବାରେ ସଫଳ ହୋଇଥିଲା। ହେଲେ ଏବେ ଉନ୍ନତ ଡିଏନଏ ଟେକ୍ନୋଲୋଜି ପାଇଁ ଅଭିଯୁକ୍ତ ବିରୋଧରେ ପୁଲିସକୁ ପ୍ରମାଣ ମିିଳିଛି।
www.indiatoday.inସୂଚନା ମୁତାବକ, ୧୯୫୯ରେ ଆମରିକାର ସେନା ଯବାନ ଜନ ରେଗ ହଫ୍ ନିଜର ଦୁଇ ଭାଇଙ୍କ ସହ ମିିଶି ନିଜଠାରୁ ୧୧ବର୍ଷ ସାନ ପୀଡ଼ିତାଙ୍କ ସହ ଦୁଷ୍କର୍ମ କରି ତାଙ୍କୁ ହତ୍ୟା କରିଥିଲେ। ଘଟଣା ଦିନ ପୀଡ଼ିତା ଘରକୁ ନଫେରିବା ସହ ୨ସପ୍ତାହ ପରେ ତାଙ୍କର ମୃତଦେହ ମିଳିଥିଲା। ଏନେଇ ୩ଜଣଙ୍କ ବିରୋଧରେ ପୀଡ଼ିତାଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ ମଧ୍ୟ ପ୍ରମାଣ ଅଭାବରୁ ସେମାନଙ୍କୁ ଜାମିନ ମିଳିଯାଇଥିଲା। ଜାମିନ ପରେ ୧୯୭୦ରେ ଜନ ରେଗ ହଫଙ୍କ ମୃତ୍ୟୁ ହୋଇଥିଲା। ତେବେ ସେ ସମୟରେ ଉନ୍ନତ ଡିଏନଏ ଟେକ୍ନୋଲୋଜି ନଥିବାରୁ ଜନ ରେଗ ହଫ ଖସିଯିବାରେ ସଫଳ ହୋଇଥିଲେ। ହେଲେ ଏବେ ଏହି ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ପୁଲିସ ପୀଡ଼ିତାଙ୍କ ଶରୀରରୁ ମିଳିଥିବା ସିମେନର ପରୀକ୍ଷା ପାଇଁ ଡିଏନଏ ଲ୍ୟାବ ପଠାଇଥିଲା। ପରୀକ୍ଷା ପରେ ହଫଙ୍କ ସିମେନ ସହ ପୀଡ଼ିତାଙ୍କ ଶରୀରରୁ ମିଳିଥିବା ସିମେନ ମେଳ ଖାଇଥିଲା। ତେବେ ବର୍ତ୍ତମାନ ପୀଡ଼ିତା ଏବଂ ଅଭିଯୁକ୍ତ ଜୀବତ ନଥିଲେ ବି ଉନ୍ନତ ଡିଏନଏ ଟେକ୍ନୋଲୋଜି ପାଇଁ ହଫ ଦୋଷୀ ଥିଲେ ବୋଲି ପ୍ରମାଣିତ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/11/After-62-Years-Found-Proves-of-Rapist_Thumbnail.jpg)