ନୂଆଦିଲ୍ଲୀ: ଆଜକୁ ୪୭ ବର୍ଷ ତଳେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ଲାଗୁ କରିଥିବା ୨୧ ମାସର ଜରୁରୀ ପରିସ୍ଥିତିକୁ ନେଇ ଶନିବାର କଂଗ୍ରେସ ଉପରେ ଆକ୍ରମଣ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ସେ ଟ୍ବିଟ୍ କରିଛନ୍ତି ଯେ ଏହି ସର୍ବପୁରାତନ ଦଳ ଆଭ୍ୟନ୍ତରୀଣ କନ୍ଦଳର ମୁକାବିଲା କରି ନ ପାରି କ୍ଷମତା ପାଇଁ ସମସ୍ତଙ୍କର ସାମ୍ବିଧାନିକ ଅଧିକାରକୁ ଛିନ୍ନ କରିଥିଲା। ତେବେ ଯେଉଁ ଦେଶଭକ୍ତମାନେ ଲଢ଼େଇ କରି ଗଣତନ୍ତ୍ରର ପୁନଃପ୍ରତିଷ୍ଠା କରିଥିଲେ ଏବଂ ଏଭଳି ଏକଚ୍ଛତ୍ରବାଦୀ ମାନସିକତା ଉପରେ ବିଜୟ ଲାଭ କରିଥିଲେ ଶାହ ସେମାନଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିଛନ୍ତି। ଶାହ ଲେଖିଛନ୍ତି ଯେ ଜରୁରୀ ପରିସ୍ଥିତି ସମୟରେ ୧୯୭୫ରୁ ୧୯୭୭ ପର୍ଯ୍ୟନ୍ତ ପ୍ରାୟ ୨୧ ମାସ କାଳ ବିରୋଧୀଙ୍କୁ ଇନ୍ଦିରା ଗାନ୍ଧି ସରକାର ନିର୍ଯାତନା ଦେବାରେ ପୂର୍ବର ବିଦେଶୀ ସରକାରକୁ ବି ବଳିଯାଇଥିଲେ। ଏହା ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ୧୯୭୫ ଜରୁରୀ ପରିସ୍ଥିତିକୁ ଦେଶ ଇତିହାସର ଏକ ‘କଳା ଅଧ୍ୟାୟ’ ବୋଲି ଅଭିହିତ କରିଥିଲେ, ଯାହାକୁ କେବେ ବି ଭୁଲି ହେବ ନାହିଁ। ଏଥି ସହ ସେ ସମ୍ବିଧାନ ଓ ସାମ୍ବିଧାନିକ ଅନୁଷ୍ଠାନଗୁଡ଼ିକର ମର୍ଯ୍ୟାଦା ରକ୍ଷା କରିବା ପାଇଁ ସମସ୍ତ ଭାରତୀୟଙ୍କୁ ଅନୁରୋଧ କରିଥିଲେ। ଜରୁରୀ ପରିସ୍ଥିତି ୧୯୭୫ ଜୁନ୍ ୨୫ ମଧ୍ୟରାତ୍ରରୁ ଘୋଷିତ ହୋଇ ୧୯୭୭ ମାର୍ଚ୍ଚ ୨୧ରେ ପ୍ରତ୍ୟାହୃତ ହୋଇଥିଲା।
୧୯୭୫ ଜରୁରୀ ପରିସ୍ଥିତି ପ୍ରତ୍ୟେକଙ୍କ ସାମ୍ବିଧାନିକ ଅଧିକାର ଛିନ୍ନ କରିଥିଲା: ଶାହ
/sambad/media/post_attachments/wp-content/uploads/2019/08/AMIT-SAHA-INDIATODAY.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)