ନୂଆଦିଲ୍ଲୀ: ୧୯୮୪ ଶିଖ୍ ବିରୋଧୀ ଦଙ୍ଗା ମାମଲାରେ କଂଗ୍ରେସ ନେତା ଜଗଦୀଶ ଟାଇଟଲରଙ୍କ ବିରୋଧରେ ସିବିଆଇ ଦାଖଲ କରିଥିବା ଚାର୍ଜସିଟ୍ରେ ଅତି ଗୁରୁତର ଅଭିଯୋଗ ରହିଛି। କିଛି ପ୍ରତ୍ୟକ୍ଷଦର୍ଶୀ ସିବିଆଇରେ ରଖିଥିବା ବିବୃତି ଅନୁଯାୟୀ ଜଗଦୀଶ ଟାଇଟଲର ହିଁ ଉତ୍ତ୍ୟକ୍ତ ଜନତାଙ୍କୁ ହିଂସା ଓ ହତ୍ୟା ପାଇଁ ଉସୁକାଇଥିଲେ। ଜଗଦୀଶ ଟାଇଟଲର ବିଶୃଙ୍ଖଳ ଜନତାଙ୍କୁ କହିଥିଲେ ପ୍ରଥମେ ଶିଖ୍ଙ୍କୁ ହତ୍ୟା କର ଏବଂ ପରେ ସେମାନଙ୍କ ଦୋକାନ ବଜାର ଏବଂ ଅନ୍ୟ ମୂଲ୍ୟବାନ ଜିନିଷ ଲୁଟ୍ କର। କଂଗ୍ରେସ ନେତା ଟାଇଟଲର ଦଙ୍ଗାକାରୀଙ୍କୁ ଆଶ୍ବସ୍ତ କରିଥିଲେ ଯେ ସେମାନଙ୍କ ବିରୋଧରେ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବନି। ସେ ମଧ୍ୟ ତାଙ୍କ ନିର୍ବାଚନମଣ୍ଡଳୀର ହତ୍ୟାକୁ ଅନ୍ୟ ଅଂଚଳର ହିଂସା ସହ ତୁଳନା କରି ତାଙ୍କ ଅନୁଗାମୀମାନଙ୍କୁ ଶିଖ୍ଙ୍କ ଉପରେ ବର୍ବର ଆକ୍ରମଣ କରିବାକୁ କହିଥିଲେ ବୋଲି ଚାର୍ଜସିଟ୍ରେ ଦର୍ଶାଯାଇଛି। ଅନ୍ୟପକ୍ଷରେ ଆଜି ଶିଖ୍ ସଂପ୍ରଦାୟ ପକ୍ଷରୁ ଟାଇଲଟରଙ୍କୁ ଆଗୁଆ ଜାମିନ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp