ଅହମଦାବାଦ୍: ଗୁଜରାଟର ପୂର୍ବତନ ଆଇପିଏସ୍ ଅଫିସର ସଂଜୀବ ଭଟ୍ଟଙ୍କୁ ଆଜି ୧୯୯୦ ମସିହାର ଏକ ହାଜତ ମୃତ୍ୟୁ ମାମଲାରେ ଆଜୀବନ କାରାଦଣ୍ଡ ହୋଇଛି। ୩୦ ବର୍ଷ ତଳର ଏହି ମାମଲାରେ ସଂଜୀବଙ୍କୁ ଆଇପିସିର ଧାରା ୩୦୨ ଅଧୀନରେ ଜାମନଗର ସେସନ୍ସ କୋର୍ଟ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ୧୯୯୦ ଅକ୍ଟୋବର ୩୦ରେ ବିଜେପି ନେତା ଏଲ୍କେ ଆଡଭାନୀଙ୍କ ଦ୍ବାରା ହୋଇଥିବା ରଥଯାତ୍ରାକୁ ବିରୋଧ କରି ଜାମଜୋଧପୁରରେ ସାମ୍ପ୍ରଦାୟିକ ହିଂସା ସୃଷ୍ଟି ହୋଇଥିଲା। ସେତେବେଳେ ଭଟ୍ଟଙ୍କ ନେତୃତ୍ବରେ ଏକ ପୁଲିସ ଦଳ ଅନେକ ସଂଖ୍ୟାରେ ବିଜେପି କର୍ମୀଙ୍କୁ ଗିରଫ କରିଥିଲେ। ପ୍ରଭୁଦାସ ବୈଷ୍ଣାନି ନାମକ ଜଣେ ବ୍ୟକ୍ତି ଗିରଫ ହୋଇ ହାଜତରେ ନିର୍ଯାତନାର ଶିକାର ହୋଇଥିଲେ ଏବଂ ପରେ ହସ୍ପିଟାଲ୍ରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା।
୧୯୯୦ ହାଜତ ମୃତ୍ୟୁ ମାମଲା, ପୂର୍ବ ଆଇପିଏସ୍ ଅଫିସରଙ୍କୁ ଆଜୀବନ କାରାଦଣ୍ଡ
/sambad/media/post_attachments/wp-content/uploads/2019/06/tment-can-i-go-to-rehab-instead-of-jail-article-photo-hands-of-prisoner.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)