ରାମ ମନ୍ଦିର ଟ୍ରଷ୍ଟର ପ୍ରଥମ ବୈଠକ, ମହନ୍ତ ନୃତ୍ୟ ଗୋପାଳ ଦାସ ଟ୍ରଷ୍ଟର ସଭାପତି ନିଯୁକ୍ତ

ନୂଆଦିଲ୍ଲୀ : ଅଯୋଧ୍ୟାରେ ଏକ ରାମ ମନ୍ଦିର ନିର୍ମାଣ ପାଇଁ ଗଠିତ ରାମ ମନ୍ଦିର ଟ୍ରଷ୍ଟର ଆଜି ପ୍ରଥମ ବୈଠକ ବସିଛି । ଏହି ବୈଠକ ଟ୍ରଷ୍ଟର ମୁଖ୍ୟ ତଥା ବରିଷ୍ଠ ସୁପ୍ରିମକୋର୍ଟ ଓକିଲ କେ. ପରାସରନଙ୍କ ବାସଭବନରେ ବସିଥିଲା ।

ଏହି ବୈଠକରେ ମହନ୍ତ ନୃତ୍ୟ ଗୋପାଳ ଦାସଙ୍କୁ ଟ୍ରଷ୍ଟର ସଭାପତି ଚୟନ କରାଯାଇଛି । ବିଶ୍ୱ ହିନ୍ଦୁ ପରିଷଦର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଚମ୍ପତ ରାୟଙ୍କୁ ମହାସଚିବ ଓ ଗୋବିନ୍ଦ ଗିରିଙ୍କୁ କୋଷାଧ୍ୟକ୍ଷ ନିଯୁକ୍ତ କରାଯାଇଛି । ଏହି ପ୍ରଥମ ବୈଠକରେ ମନ୍ଦିର ନିର୍ମାଣ ଆରମ୍ଭ ତାରିଖ ଘୋଷଣା କରାଯିବାର ଥିଲା, ମାତ୍ର ସେହି ତାରିଖ ଆସନ୍ତା ୧୫ ଦିନ ପରେ ଘୋଷଣା କରାଯିବାକୁ ସ୍ଥିର ହୋଇଛି ।

amar ujala

 

ସେହିପରି ମନ୍ଦିର ନିର୍ମାଣ ପାଇଁ ଏକ ନିର୍ମାଣ ସମିତି ଗଠନ କରାଯାଇଛି । ଅବସରପ୍ରାପ୍ତ ଆଇଏଏସ ଅଫିସର ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରମୁଖ ସଚିବଭାବେ କାର୍ଯ୍ୟକରିଥିବା ନୃପେନ୍ଦ୍ର ମିଶ୍ରଙ୍କୁ ଏହି ସମିତିର ମୁଖ୍ୟ ନିଯୁକ୍ତ କରାଯାଇଛି । ଏହି ବୈଠକ ପରେ ସାମ୍ବାଦିକମାନଙ୍କୁ ମହନ୍ତ ନୃତ୍ୟଗୋପାଲ ଦାସ କହିଛନ୍ତି ଯେ ଲୋକଙ୍କ ଭାବନାକୁ ସମ୍ମାନ ଜଣାଇ ଯଥାଶୀଘ୍ର ମନ୍ଦିର ନିର୍ମାଣ ଆରମ୍ଭ ହେବ ।

ଗତ ୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକସଭାରେ ରାମମନ୍ଦିର ନିର୍ମାଣ ଲାଗି ଟ୍ରଷ୍ଟ ଗଠନ ସମ୍ପର୍କରେ ଘୋଷଣା କରିଥିଲେ ।

ସମ୍ବନ୍ଧିତ ଖବର