ଜୟପୁର: ଯୋଜନା ଭବନ ନାମକ ଏକ ସରକାରୀ କାର୍ଯ୍ୟାଳୟର ବେସ୍‌ମେଣ୍ଟରୁ ରାଜସ୍ଥାନ ପୁଲିସ ୨.୩୧ କୋଟି ନଗଦ ଟଙ୍କା ଓ ୧ କେଜି ସୁନା ଜବତ କରିଛି। ଏହି ଟଙ୍କା ଓ ସୁନାର କେହି ଦାବିଦାର ନ ଥିବା ବେଳେ ଏ ବାବଦରେ ୭-୮ ଜଣ ଲୋକଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି।

Advertisment

ଏକ ବ୍ୟାଗ୍‌ରେ ଉକ୍ତ ଟଙ୍କା ଓ ସୁନା ବିସ୍କୁଟ ରଖାଯାଇଥିଲା। ଏହା ଉପରେ ତଦନ୍ତ ଜାରି ରହିଛି। ସିସିଟିଭି ଫୁଟେଜଗୁଡ଼ିକୁ ମଧ୍ୟ ଯାଞ୍ଚ କରାଯାଉଛି ବୋଲି ଶ୍ରୀବାସ୍ତବ କହିଛନ୍ତି।