ବନ୍ଦେ ଭାରତ ମିଶନରେ ଏଯାଏଁ ଫେରିଲେଣି ୨.୭୫ ଲକ୍ଷ ଭାରତୀୟ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଭାରତ ସରକାର ୨୫ ମାର୍ଚ୍ଚରୁ ଲକଡାଉନ ପାଇଁ ଘୋଷଣା କରିଥିଲେ । ଯାହା ପରେ ଲକ୍ଷ ଲକ୍ଷ ଲୋକ ଅନ୍ୟ ଦେଶରେ ଫସି ରହିଥିଲେ। ସେମାନଙ୍କୁ ଫେରାଇ ଆଣିବା ପାଇଁ ଭାରତ ସରକାର ମେ ମାସରେ ବନ୍ଦେ ଭାରତ ମିଶନ ଆରମ୍ଭ କରିଥିଲେ। ଯାହା ଦ୍ୱାରା ଏପର୍ଯ୍ୟନ୍ତ ୨.୭୫ ଲକ୍ଷରୁ ଅଧିକ ଲୋକଙ୍କୁ ଫେରାଇ ଅଣାଯାଇଛି | ଏହି ମିଶନ ଆଗାମୀ ଦିନରେ ମଧ୍ୟ ଜାରି ରହିବ | ଏଥି ସହିତ ବିଦେଶରୁ ଫେରାଇ ନିଆଯାଉଥିବା ସମସ୍ତ ଲୋକଙ୍କୁ ନିୟମ ଅନୁଯାୟୀ କ୍ଵାରେଣ୍ଟିନରେ ରଖାଯାଉଛି |

ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ ଏ ନେଇ ସୂଚନା ଦେଇଛନ୍ତି | ସେ କହିଛନ୍ତି ଯେ ଏପର୍ଯ୍ୟନ୍ତ ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନ ମାଧ୍ୟମରେ ୨.୭୫ ଲକ୍ଷରୁ ଅଧିକ ଲୋକଙ୍କୁ ଫେରାଇ ଅଣାଯାଇଛି । ସେ କହିଛନ୍ତି ଯେ ଅଧିକାଂଶ ଯାତ୍ରୀ କେରଳକୁ ଆସିଛନ୍ତି। ଏହା ବ୍ୟତୀତ ନୌସେନା ମଧ୍ୟ ଅନ୍ୟ ଦେଶରେ ଫସିଥିବା ବହୁ ଭାରତୀୟଙ୍କୁ ଫେରାଇଆଣିବାକୁ ପ୍ରମୁଖ ଭୂମିକା ନିର୍ବାହ କରିଛି |

ତେବେ ଅନ୍ତର୍ଜାତୀୟ ବିମାନ କେବେ ଆରମ୍ଭ ହେବ ସେ ବାବଦରେ ଜଣାପଡିନାହିଁ | ଏହି ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି ଯେ ଅନ୍ତର୍ଜାତୀୟ ବିମାନ ଉଡାଣ କେବେ ଆରମ୍ଭ ହେବ ସେ ନେଇ କୁହାଯାଇପାରିବ ନାହିଁ। ଯେହେତୁ ଅନ୍ୟ ଦେଶର ସୀମା ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ଖୋଲିନାହିଁ ତେଣୁ ସୀମା ଖୋଲିବା ଉପରେ ଏହା ନିର୍ଭର କରେ |

ସମ୍ବନ୍ଧିତ ଖବର