ପୁଲିସର ବିସ୍ଫୋରକ ବୟାନ: ହାଇଦ୍ରାବାଦ ଡାକ୍ତର ଦୁଷ୍କର୍ମ ମାମଲାରେ ଏନ୍‌କାଉଣ୍ଟର ହୋଇଥିବା ୪ଜଣଙ୍କ ମଧ୍ୟରୁ ୨ଜଣ ପୂର୍ବରୁ ୯ଟି ଦୁଷ୍କର୍ମ-ହତ୍ୟା ମାମଲାରେ ସାମିଲ ଥିଲେ

ହାଇଦ୍ରାବାଦ୍‌: ନଭେମ୍ବର ୨୭ ତାରିଖରେ ତେଲେଙ୍ଗାନାରେ ମହିଳା ପଶୁ ଡାକ୍ତରାଣୀଙ୍କୁ ୪ଜଣ ଟ୍ରକ୍‌ ଚାଳକ ଦୁଷ୍କର୍ମ କରିବା ପରେ ପୋଡ଼ି ମାରି ଦେଇଥିବା ଘଟଣା ପୂରା ଦେଶକୁ ଦୋହଲାଇ ରଖି ଦେଇଥିଲା। ଏହି ଘଟଣାରେ ସମ୍ପୃକ୍ତ ଥିବା ୪ଜଣ ଦୁଷ୍କର୍ମକାରୀଙ୍କୁ ପୁଲିସ ଏନ୍‌କାଉଣ୍ଟର କରିଥିଲା। ଏହାପରେ ମାନବାଧିକାର ଆୟୋଗ ସମେତ ଅନ୍ୟ ସଙ୍ଗଠନ ଏହାକୁ ନେଇ ଆପତ୍ତି ଉଠାଇଥିବା ବେଳେ ସୁପ୍ରିମକୋର୍ଟ ଏହି ଏନ୍‌କାଉଣ୍ଟରକୁ ନେଇ ନ୍ୟାୟିକ ଯାଞ୍ଚ ଆଦେଶ ବି ଦେଇଛନ୍ତି।

asianage.com

ତେବେ ଏହି ଘଟଣାକୁ ନେଇ ଆଉ ଏକ ଆଶ୍ଚର୍ଯ୍ୟଜନକ କଥା ସାମ୍ନାକୁ ଆସିଛି। ହାଇଦ୍ରାବାଦ୍‌ ଏନ୍‌କାଉଣ୍ଟର ମାମଲାରେ ସ୍ଥାନୀୟ ପୁଲିସ ପକ୍ଷରୁ ପ୍ରକାଶ ଯେ, ହାଇଦ୍ରାବାଦ ମହିଳା ପଶୁ ଡାକ୍ତରାଣୀଙ୍କୁ ଦୁଷ୍କର୍ମ କରିବା ପରେ ହତ୍ୟା କରିଥିବା ୪ଜଣ ଅଭିଯୁକ୍ତଙ୍କୁ ଏନ୍‌କାଉଣ୍ଟର ହୋଇଥିଲା। ଏମାନଙ୍କ ମଧ୍ୟରୁ ୨ ଜଣଙ୍କ ବିରୋଧରେ ପୂର୍ବରୁ ୯ ମହିଳାଙ୍କୁ ଦୁଷ୍କର୍ମ ପରେ ଜଳାଇ ହତ୍ୟା କରିଥିବା ଅଭିଯୋଗ ରହିଥିଲା।

dnaindia.com

ଅଭିଯୁକ୍ତ ଆରିଫ୍‌ଙ୍କ ବିରୋଧରେ ଏଭଳି ୬ଟି ମାମଲା ରହିଥିବା ବେଳେ ଚେନ୍ନାକେସାବୁଲୁଙ୍କ ନାମରେ ୩ ମାମଲା ରହିଥିଲା ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି। ୨ ଅଭିଯୁକ୍ତ ବି ଏହାକୁ ସ୍ୱୀକାର ବି କରିଥିଲେ।

ସମ୍ବନ୍ଧିତ ଖବର