ୱାସିଂଟନ୍: ଆମେରିକାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୬୯କୁ ବୃଦ୍ଧି ପାଇଛି ଏବଂ ଆକ୍ରାନ୍ତଙ୍କ ସଂଖ୍ୟା ୩,୮୦୨ରେ ପହଞ୍ଚିଛି। ଆସନ୍ତା ୮ ସପ୍ତାହ ପର୍ଯ୍ୟନ୍ତ ଆମେରିକାରେ କୌଣସି ସ୍ଥାନରେ ୫୦ରୁ ଅଧିକ ଲୋକ ଏକଜୁଟ୍ ହେବାକୁ ବାରଣ କରାଯାଇଛି। ଭାଇରସ୍ ରୋକିବା ଦିଗରେ ଆମେରିକା କଡ଼ା ପଦକ୍ଷେପ ଗ୍ରହଣ କରୁଛି। ଲୋକମାନଙ୍କୁ ଆବଶ୍ୟକ ନଥିଲେ ଘରୁ ବାହାରକୁ ବାହାରିବାପାଇଁ ମନା କରାଯାଇଛି। ଆମେରିକାର ୩୩ଟି ରାଜ୍ୟରେ ସ୍କୁଲ, କଲେଜ ବନ୍ଦ ରହିଛି। ଆମେରିକାର ୪ ରାଜ୍ୟରେ ରେସ୍ତୋରାଁ, ବାର୍ ଏବଂ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିଛି। ଆମେରିକା ନୌସେନାରେ ପ୍ରଥମ କରୋନା ମାମଲା ସାମ୍ନାକୁ ଆସିଛି। ନୌସେନାର ଏକ ଜାହାଜରେ ଜଣେ ବ୍ୟକ୍ତି ଭାଇରସ୍ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। କିନ୍ତୁ ସ୍ବାସ୍ଥ୍ୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏହା ସ୍ପଷ୍ଟ କରାଯାଇନି।
ଆମେରିକା ନୌସେନାରେ ପ୍ରଥମ କରୋନା, ୨ ଆମେରିକୀୟ ଏମର୍ଜେନ୍ସି ଡାକ୍ତର ଗୁରୁତର
ଆମେରିକାରେ ମୃତ୍ୟୁସଂଖ୍ୟା ୬୯କୁ ବୃଦ୍ଧି, ଆକ୍ରାନ୍ତଙ୍କ ସଂଖ୍ୟା ୩,୮୦୦ ଟପିଲା
/sambad/media/post_attachments/wp-content/uploads/2020/03/im-160814.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)