ଟି-୯୦ ଟ୍ୟାଙ୍କ ବ୍ୟାରେଲରେ ବିସ୍ଫୋରଣ, ୨ ସୈନିକ ମୃତ

ଝାନସୀ : ଉତ୍ତରପ୍ରଦେଶର ଝାନସୀଠାରେ ଥିବା ଭାରତୀୟ ସେନାର ବାବିନା କ୍ୟାଣ୍ଟନମେଣ୍ଟରେ ଆଜି ଏକ ଦୁର୍ଘଟଣା ଘଟିଛି । ଅଭ୍ୟାସ ବେଳେ ଟି-୯୦ ଟ୍ୟାଙ୍କର ବ୍ୟାରେଲରେ  ବିସ୍ପୋରଣ ହେବାରୁ ଜଣେ ଅଧିକାରୀ ( ଜୁନିଅର କମିସନଡ୍ ଅଫିସର ବା ଜେସିଓ)ଙ୍କ ସମେତ ୨ ଜଣ ପ୍ରାଣ ହରାଇଛନ୍ତି ।

ଭାରତୀୟ ସେନା ପକ୍ଷରୁ ଦିଆଯାଇଥିବା  ସୂଚନା ଅନୁସାରେ ଗତ ୬ ତାରିଖରେ ହୋଇଥିବା ବାର୍ଷିକ ଫିଲ୍ଡ୍ ଫାୟାରିଂ ଅଭ୍ୟାସ ବେଳେ ଟି-୯୦ ଟ୍ୟାଙ୍କର ବ୍ୟାରେଲରେ ପ୍ରଚଣ୍ଡ ବିସ୍ଫୋରଣ ହୋଇଥିଲା । ସେହି ସମୟରେ ଟ୍ୟାଙ୍କ ଭିତରେ ୩ ଜଣ ସୈନିକ ଥିଲେ । ଏହି ଘଟଣାପରେ ସେମାନଙ୍କୁ ତୁରନ୍ତ ହସପିଟାଲରେ ଭର୍ତ୍ତି କରାଯାଇଥିଲା, ମାତ୍ର ସେମାନଙ୍କ ମଧ୍ୟରୁ ୨ ଜଣ ପ୍ରାଣ ହରାଇଥିଲେ । ମୃତକଙ୍କ ମଧ୍ୟରେ ଟ୍ୟାଙ୍କର କମାଣ୍ଡର ( ଜେସିଓ) ତେବେ ଟ୍ୟାଙ୍କର ଡ୍ରାଇଭର ଏବେ ବିପଦମୁକ୍ତ ଅଛନ୍ତି ।

ଭାରତୀୟ ସେନା ପକ୍ଷରୁ ମୃତକଙ୍କ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ପ୍ରକଟ କରାଯିବା ସହ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ।

ପୂର୍ବରୁ ୨୦୧୯ ଅଗଷ୍ଟ ୨୯ରେ ରାଜସ୍ଥାନର ପୋଖରାନ ରେଞ୍ଜରେ ସମାନ ପ୍ରକାରର ଏକ ଦୁର୍ଘଟଣା ଘଟିଥିଲା । ଫାୟାରିଂ ବେଳେ ଟି-୯୦ ଟ୍ୟାଙ୍କରେ ପ୍ରଚଣ୍ଡ ବିସ୍ଫୋରଣ ହୋଇଥିଲା । ତେବେ ଏହି ଘଟଣାରେ କୌଣସି ସେନା କର୍ମଚାରୀ ମୃତାହତ ହୋଇନଥିଲେ ।

ବାରମ୍ବାର ଟି୯୦ ଟ୍ୟାଙ୍କର ବ୍ୟାରେଲରେ ବିସ୍ଫୋରଣ ହେଉଥିବାରୁ ତାହା ଭାରତୀୟ ସେନା ପାଇଁ ଚିନ୍ତାର କାରଣ ହୋଇଛି ।

 

 

ସମ୍ବନ୍ଧିତ ଖବର