ନ୍ୟୁଜ ଚ୍ୟାନେଲରେ ଚାକିରି ଦେବାକୁ କହି ଆଶାୟୀଙ୍କଠାରୁ ଟଙ୍କା ଲୁଟୁଥିବା ଦୁଇ ଠକ ଗିରଫ

ନୂଆଦିଲ୍ଲୀ: ନ୍ୟୁଜ ଚ୍ୟାନେଲରେ ଚାକିରି କରାଇଦେବାକୁ କହି ଠକୁଥିବା ଦୁଇ ଠକଙ୍କୁ ଦିଲ୍ଲୀ ପୁଲିସର ସାଇବର ସେଲ୍ ଗିରଫ କରିଛି | ଦେଶର ଏକ ଖ୍ୟାତିସମ୍ପନ୍ନ ନ୍ୟୁଜ୍ ଚ୍ୟାନେଲରେ ଚାକିରି ଦେବା ବାହାନା କରି ଚାକିରି ଆଶାୟୀଙ୍କଠାରୁ ୫ ରୁ ୭୦ ହଜାର ଟଙ୍କା ଲୁଟି ନେଇଥିଲେ। ପୂର୍ବ ଦିଲ୍ଲୀ ଡିସିପି ପ୍ରିୟଙ୍କା କାଶ୍ୟପଙ୍କ ସୂଚନା ଅନୁଯାୟୀ, ମାଣ୍ଡୱାଲି ନିବାସୀ ଅଞ୍ଜଳି କାଶ୍ୟପ ଚାକିରି ଖୋଜୁଥିଲେ। ଜୁଲାଇ ୨୦୨୨ରେ, ଏକ ଅଗ୍ରଣୀ ନ୍ୟୁଜ୍ ଚ୍ୟାନେଲର ପ୍ରତିନିଧୀ ବୋଲି ଦାବି କରୁଥିବା ଜଣେ ବ୍ୟକ୍ତି ତାଙ୍କୁ କଲ କରିଥିଲେ । ସେ ତାଙ୍କୁ ଏକ ନ୍ୟୁଜ୍ ଚ୍ୟାନେଲରେ ସାମ୍ବାଦିକ ଭାବରେ ଚାକିରି କରାଇବାର ପ୍ରତିଶୃତି ଦେଇଥିଲେ |

ଏହା ପରେ ବିଭିନ୍ନ ବାହାନା କରି ମୋଟ ୬୦୦୦୦ ଟଙ୍କା ନେଇଯାଇଥିଲେ | ଏହା ପରେ ଏହି ଠକମାନେ ଅଞ୍ଜଳିଙ୍କ ଫୋନ୍ ଉଠାଇବା ବନ୍ଦ କରିଦେଇଥିଲେ ଏବଂ ତାଙ୍କ ନମ୍ବରକୁ ବ୍ଲକ କରିଥିଲେ | ଏନେଇ ଅଞ୍ଜଳି ସାଇବର ସେଲରେ ଅଭିଯୋଗ କରିବା ପରେ ସାଇବର ପୁଲିସ ଷ୍ଟେସନ ପକ୍ଷରୁ ତଦନ୍ତ କରାଯାଇଥିଲା। ଯାଞ୍ଚ ବେଳେ ସବିଶେଷ କଲ ରେକର୍ଡ, ବ୍ୟାଙ୍କ ଆକାଉଣ୍ଟ ବାବଦରେ ତଥ୍ୟ ମିଳିଥିଲା। ଏହା ପରେ ପୁଲିସ ଜାଣିବାକୁ ପାଇଥିଲା ଯେ ଅଭିଯୁକ୍ତମାନେ ଦିଲ୍ଲୀର ଦିଲଶାଦ ଗାର୍ଡେନ୍ ଅଞ୍ଚଳରେ ରହୁଛନ୍ତି |

ଅନୁସନ୍ଧାନ ଆଧାରରେ ୨୬ ବର୍ଷୀୟ ବିଶାଲ ଏବଂ ୨୪ ବର୍ଷୀୟ ଅରବାଜ ଖାନଙ୍କୁ ଗାଜିଆବାଦରୁ ଗିରଫ କରାଯାଇଛି। ପଚରାଉଚରା ବେଳେ ଅଭିଯୁକ୍ତମାନେ କହିଥିଲେ ଯେ ସେମାନେ ପ୍ରମୁଖ ଚାକିରି ପୋର୍ଟାଲରୁ ଚାକିରି ଆଶାୟୀଙ୍କ ସୂଚନା ନେଉଥିଲେ। ତା’ପରେ ସେମାନେ ଅଗ୍ରଣୀ ନ୍ୟୁଜ୍ ଚ୍ୟାନେଲର ପ୍ଲେସମେଣ୍ଟ ବିଭାଗର ନାମ କହି ଫୋନ୍ ମାଧ୍ୟମରେ ଯୋଗାଯୋଗ କରୁଥିଲେ | ଏହା ପରେ, ଚାକିରି ଦେବାର ବାହାନା କରି ଠକେଇ କରୁଥିଲେ |

ସମ୍ବନ୍ଧିତ ଖବର