ମାଙ୍କଡର ଅନ୍ତିମ ସଂସ୍କାରରେ ଯୋଗ ଦେଲେ ହଜାର ହଜାର ଲୋକ, ଦୁଇ ଜଣଙ୍କୁ ଗିରଫ କଲା ପୁଲିସ

ଭୋପାଳ: ମଧ୍ୟପ୍ରଦେଶର ଏକ ଗାଁରେ ଏକ ମଜାଦାର ଘଟଣା ସାମ୍ନାକୁ ଆସିଛି | ଯେଉଁଠାରେ ପ୍ରାୟ ଦେଢ଼ ହଜାର ଲୋକ ସାମିଲ ହୋଇ ମାଙ୍କଡ଼ର ଅନ୍ତିମ ସଂସ୍କାର କରିଛନ୍ତି | ତେବେ ଅନ୍ତିମ ସଂସ୍କାରରେ ସମ୍ପୃକ୍ତ ଲୋକଙ୍କ ବିରୋଧରେ ଏବେ ପୁଲିସ କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଛି | ସୂଚନା ଅନୁଯାୟୀ ମଧ୍ୟପ୍ରଦେଶର ରାଜଗଡ ଜିଲ୍ଲାର ଡାଲପୁରା ଗ୍ରାମକୁ ଏକ ମାଙ୍କଡ ବାରମ୍ବାର ଆସୁଥିଲା । ଏହି କାରଣରୁ ଗ୍ରାମବାସୀ ମାଙ୍କଡଟିକୁ ଭଲ ପାଉଥିଲେ। ରିପୋର୍ଟ ଅନୁଯାୟୀ, ଡିସେମ୍ବର ୨୯ ରେ ମାଙ୍କଡ଼ର ମୃତ୍ୟୁ ଘଟିଥିଲା, ଯାହା ପରେ ଗ୍ରାମବାସୀ ଅତ୍ୟନ୍ତ ଦୁଃଖିତ ହୋଇଥିଲେ। ସମସ୍ତେ ଏକତ୍ରିତ ହୋଇ ପ୍ରଭୁ ହନୁମାନଙ୍କ ପ୍ରତୀକ ମାଙ୍କଡ଼କୁ ଚରମ ବିଦାୟ ଦେବାକୁ ସ୍ଥିର କଲେ |

ଏହି ସମୟରେ ପ୍ରଭୁ ହନୁମାନଙ୍କ ସହ ଜଡିତ ଭଜନ ଗାନ କରାଯାଇଥିଲା। ମାଙ୍କଡକୁ କୋକେଇରେ ମଶାଣୀକୁ ମାଟିରେ ପୋତାଯାଇଥିଲା | ଅନ୍ତିମ ସଂସ୍କାର ପରେ ଗ୍ରାମବାସୀ ଏକ ଦଶାହ ଭୋଜିର ଆୟୋଜନ କରିଥିଲେ | ଏଥିରେ ପ୍ରାୟ ୧୫୦୦ ଲୋକ ଏକାଠି ବସି ଖାଇଥିଲେ | ଭୋଜିରେ ସାମିଲ ଅନେକ ଲୋକ ମାଙ୍କଡ଼ ପାଇଁ ଲଣ୍ଡା ହୋଇଥିଲେ ।

ଆଉ ଏହି ଅନ୍ତିମ ସଂସ୍କାର ସମ୍ପର୍କରେ ସୂଚନା ଆସିବା ପରେ କରୋନା ପ୍ରୋଟୋକଲ ଉଲ୍ଲଂଘନ ମାମଲା ରୁଜୁ କରି ଜିଲ୍ଲା ପ୍ରଶାସନ ଦୁଇ ଜଣଙ୍କୁ ଗିରଫ କରିଛି। ପୁଲିସର ଏହି କାର୍ଯ୍ୟାନୁଷ୍ଠାନ ପରେ ଗ୍ରାମବାସୀ ଭୟଭୀତ ହୋଇ ନିଜ ଘର ଛାଡି ଲୁଚିଛନ୍ତି।

ସମ୍ବନ୍ଧିତ ଖବର