ବିମାନ ଭିତରେ ଅନ୍ତରଙ୍ଗ ମୁହୂର୍ତ୍ତରେ ଥିବାବେଳେ ଧରିଲେ ଏୟାରହୋଷ୍ଟେସ

ମସ୍କୋ: ବିମାନ ଯାତ୍ରା ସମୟରେ ସମ୍ପର୍କ ରଖିବା ଏବେ ଜଣେ ଦମ୍ପତିଙ୍କୁ ମହଙ୍ଗା ପଡିଛି | ଏଥିପାଇଁ ସେମାନଙ୍କୁ ଜେଲ ଯିବାକୁ ପଡିଛି | ମିଳିଥିବା ସୂଚନା ମୁତାବକ ଋଷିଆର ମସ୍କୋରୁ ଭ୍ଲାଦିଭାସ୍ତକ ଯାଉଥିବା ଋଷିଆ ଏୟାରଲାଇନ୍ସର ବିମାନରେ ଏକ ଦମ୍ପତି ଅନ୍ତରଙ୍ଗ ମୁହୂର୍ତ୍ତରେ ଧରା ପଡ଼ିଥିଲେ | ସମସ୍ତଙ୍କ ସାମ୍ନାରେ ପରସ୍ପର ସହ ସମ୍ପର୍କ ରଖୁଥିବାବେଳେ ଏୟାର ହୋଷ୍ଟେସ ଏହା ଦେଖିଥିଲେ |

aajtak

୪୩ ବର୍ଷୀୟ ମହିଳା ଓ ୪୧ ବର୍ଷୀୟ ପୁରୁଷ ଯାତ୍ରୀଙ୍କର ଯାତ୍ରା କରିବାର କିଛି ସମୟ ପୂର୍ବରୁ ହିଁ ବିମାନବନ୍ଦରରେ ଦେଖା ହୋଇଥିଲା | ଏହା ପରେ ବିମାନରେ ଯାତ୍ରା କରିବା ସମୟରେ ଏମାନେ ପରସ୍ପର ସହ ଖୁଲମଖୁଲା ସମ୍ପର୍କ ରଖିଥିଲେ |

ଯାହାକୁ ଦେଖି ଏୟାରହୋଷ୍ଟେସ ଆପତ୍ତି କରିବା ସହ ଅଭିଯୋଗ କରିଥିଲେ | ଏବେ ଏମାନଙ୍କୁ ଗିରଫ କରାଯାଇଛି | ୧୫ ଦିନ ଯାଏଁ ଏହି ଦମ୍ପତି ବିଚାର ବିଭାଗୀୟ ହାଜତରେ ରହିବେ | ତେବେ କେବଳ ୧୫ ଦିନ କାରାଦଣ୍ଡ ଭୋଗିବେ ନାହିଁ ବରଂ ଜରିମାନା ମଧ୍ୟ ଦେବାକୁ ପଡିବ |

ସମ୍ବନ୍ଧିତ ଖବର