ପାଟନା: ଉତ୍ତରପ୍ରଦେଶର ଫତେପୁର ସିକ୍ରିଠାରେ ସ୍ୱିସ୍ ଦମ୍ପତିିଙ୍କୁ ଆକ୍ରମଣ କରିବାର ସପ୍ତାହକ ପରେ ବିହାରରେ ବ୍ରିଟିଶ ଦମ୍ପତିି ଗୁଣ୍ଡାମାନଙ୍କ ଆକ୍ରମଣର ଶିକାର ହୋଇଛନ୍ତି। ଦୁର୍ବୃତ୍ତମାନଙ୍କ ଠାରୁ ନିଜକୁ କୌଣସି ମତେ ବଞ୍ଚାଇ ଏହି ବ୍ରିଟିଶ ଦମ୍ପତି ଥାନାରେ ପହଞ୍ଚିବା ପରେ ପୁଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।
ମିଳିଥିବା ସୂଚନା ଅନୁଯାୟୀ, ବିହାରର ପଣ୍ଡାରକ ନିକଟରେ ଗଙ୍ଗା ନଦୀ କୂଳରେ କ୍ୟାମ୍ପ କରିଥିବା ବିଟିଶ ଦମ୍ପତି ନଦୀ କୂଳରେ ବସିଥିବା ବେଳେ ସ୍ଥାନୀୟ ଅଞ୍ଚଳର ଦୁଇଜଣ ଗୁଣ୍ଡାଶ୍ରେଣୀୟ ଲୋକ ସେଠାରେ ପହଞ୍ଚିଥିଲେ। ଦୁର୍ବୃତ୍ତମାନେ ଠେଙ୍ଗାରେ ଏହି ବ୍ରିଟିଶ ଦମ୍ପତିଙ୍କୁ ଆକ୍ରମଣ କରିବା ସହିତ ଅସ୍ତ୍ରଶସ୍ତ୍ର ଦେଖାଇ ଲୁଟ୍ ଉଦ୍ୟମ କରିଥିଲେ। ଅଭିଯୋଗକାରୀ ବ୍ରିଟିଶ୍ ନାଗରିକ ମାଥ୍ୟୁ କହିଛନ୍ତି ଯେ ଦୁଇଜଣ ଯୁବକ ବାଡି ଓ ଅସ୍ତ୍ରଶସ୍ତ୍ର ଧରି ଆସି ତାଙ୍କୁ ଦୁର୍ବ୍ୟବହାର କରିବା ସହିତ ଲୁଟ୍ ଉଦ୍ୟମ କରିଥିଲେ। ତେବେ ଆମେ କୌଣସିମତେ ନଦୀ ପାର ହୋଇ ଥାନାରେ ପହଞ୍ଚିଥିଲା। ଏ ନେଇ ପାଟନାର ସିନିୟର ସୁପରିଟେଣ୍ଡେଣ୍ଟ ଅଫ୍ ପୁଲିସ କହିଛନ୍ତି ଯେ ଅଭିଯୋଗ ଭିତ୍ତିରେ ଦୁଇଜଣଙ୍କୁ ଚିହ୍ନଟ କରାଯିବା ସହିତ ମାତ୍ର ୨ ଘଣ୍ଟା ଭିତରେ ସେମାନଙ୍କୁ ଗିରଫ କରାଯାଇଛି।ମାମଲାର ଶୀଘ୍ର ଶୁଣାଣି ପାଇଁ ଆମେ ଉଦ୍ୟମ କରିବୁ ଓ ଯେପରି ଏପରି ଘଟଣାର ପୁନରାବୃତ୍ତି ନ ଘଟେ ସେଥିପାଇଁ ପଦକ୍ଷେପ ନିଆଯିବ ବୋଲି ପୁଲିସ କହିଛି।
ବିହାରରେ ବ୍ରିଟିଶ ଦମ୍ପତିିଙ୍କୁ ଆକ୍ରମଣ ଅଭିଯୋଗରେ ଦୁଇ ଗିରଫ
/sambad/media/post_attachments/wp-content/uploads/2017/11/bihar.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)