ଅଗଷ୍ଟରୁ ଦୂର ହେବ ଦେଶର ଟିକା ଅଭାବ ; ଦେଶରେ ଉପଲବ୍ଧ ହେବ ୨୧୬ କୋଟି ଡୋଜ୍ ଟିକା 

ନୂଆଦିଲ୍ଲୀ :  ଆସନ୍ତା ଅଗଷ୍ଟ ରୁ ଡିସେମ୍ବର ମଧ୍ୟରେ ଦେଶରେ ଥିବା କରୋନା ଟିକାର ଅଭାବ ଦୂର ହୋଇଯ଼ିବ । ଏହି ସମୟ ସୁଦ୍ଧା ଦେଶରେ ପ୍ରାୟ ୨୧୬ କୋଟି ଡୋଜ୍ ଟିକା ଉପଲବ୍ଧ ହୋଇଥିବା ଆଶା କରାଯ଼ାଉଛି ବୋଲି ସରକାରଙ୍କ କୋଭିଡ ଟାସ୍କଫୋର୍ସର ମୁଖ୍ୟ ଡ.ଭି.କେ. ପଲ କହିଛନ୍ତି ।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ସାମ୍ବାଦିକ ସମ୍ମିଳନୀରେ ସେ ସୂଚନା ଦେଇଛନ୍ତି ଯ଼େ ଆସନ୍ତା ଡିସେମ୍ବର ସୁଦ୍ଧା ସେରମ ଇନଷ୍ଟିଚ୍ୟୁଟ ପକ୍ଷରୁ ପ୍ରାୟ ୭୫ କୋଟି ଡୋଜ୍ କୋଭିସିଲଡ ଟିକା ଯ଼ୋଗାଇବ । ସେହିପରି ଭାରତ ବାୟୋଟେକ ୫୫ କୋଟି ଟିକା ଯ଼ୋଗାଇବ । ସେହିପରି ଏବେ ୩ୟ ପର୍ୟ଼୍ୟାୟ ପରୀକ୍ଷଣ ସ୍ତରରେ ଥିବା ଟିକା ବାୟୟୋ ଇ ଓ କାର୍ଡିଲାର ଜାଇକୋଭ ଡି ଟିକା ଯ଼ଥାକ୍ରମେ ୩୦ କୋଟି ଓ ୫ କୋଟି ଟିକା ଉପଲବ୍ଧ ହେବ । ସିରମର ୨୦ କୋଟି ଡୋଜ୍ ନୋଭାଭାକ୍ସ ଟିକା ଓ ଭାରତ ବାୟୋଟେକର ୧୦ କୋଟି ନାଜାଲ ଭାକ୍ସିନ (ନକରେ ପକାଯ଼ାଉଥିବା ଟିକା), ଜୋନାଭାର ୬ କୋଟି ଡୋଜ୍ ଟିକା ଓ ୧୫ କୋଟି ସ୍ପୁଟନିକ ଟିକା ଉପଲବ୍ଧ ହେବ ବୋଲି ସେ କହିଛନ୍ତି ।

ସମଗ୍ର ବିଶ୍ବରେ ଯ଼େତେ ପରିମାଣର ଟିକା ଦିଆଯ଼ାଇଛି ତାହାର ୧୩ ପ୍ରତିଶତ ଟିକା ଭାରତରେ ଦିଆଯ଼ାଇଛି । ଭାରତରେ ଏପର୍ୟ଼୍ୟନ୍ତ ପ୍ରାୟ ୧୭.୭୨ କୋଟି ଟିକା ଦିଆଯ଼ାଇଛି ବୋଲି ଡ. ପଲ କହିଛନ୍ତି ।

ଦେଶରେ ଗତ କିଛି ସପ୍ତାହ ମଧ୍ୟରେ ୧୮୭ଟି ଜିଲ୍ଲାରେ କରୋନା ସଂକ୍ରମଣ ହାର ନିୟମିତଭାବେ କମୁଥିବା ଲକ୍ଷ୍ୟ କରାଯ଼ାଇଛି ବୋଲି ସ୍ବାସ୍ଥ୍ୟ ମନ୍ତ୍ରାଳୟର ଯ଼ୁଗ୍ମ ସଚିବ ଲବ ଅଗ୍ରଓ୍ବାଲ କହିଛନ୍ତି ।

 

ସମ୍ବନ୍ଧିତ ଖବର