ମହାରାଷ୍ଟ୍ରରେ ସରକାର ଗଠନ ପାଇଁ, ଶିବସେନାକୁ ସମର୍ଥନ କଲେ ପିଜେପିର ୨ ବିଧାୟକ

ମୁମ୍ବାଇ: ମହାରାଷ୍ଟ୍ରରେ ୫୦:୫୦ ଫର୍ମୁଲାରେ ସରକାର ଗଠନ ପାଇଁ ବିଜେପି ଠାରୁ ଲିଖିତ ପ୍ରତିଶ୍ରୁତି ଦାବି କରୁଥିବା ଶିବସେନା ଏହାର ଶକ୍ତି ବଢ଼ାଇବାରେ ଲାଗିଛି। ଶିବସେନାକୁ ଦୁଇ ଜଣ ପ୍ରହାର ଜନଶକ୍ତି ପାର୍ଟି (ପିଜେପି) ବିଧାୟକ ସମର୍ଥନ ଜଣାଇଛନ୍ତି। ଫଳରେ ରାଜ୍ୟରେ ଶିବସେନା ଏବଂ ଏହାକୁ ସମର୍ଥନ ଜଣାଉଥିବା ବିଧାୟକଙ୍କ ସଂଖ୍ୟା ୬୦ରେ ପହଞ୍ଚିଛି। ଶନିବାର ପିଜେପି ବିଧାୟକ ଓମପ୍ରକାଶ ଓରଫ ବଚ୍ଚୁ କାଡ଼ୁ ଏବଂ ରାଜକୁମାର ପଟେଲ ‌ଶିବସେନା ସଭାପତି ଉଦ୍ଧବ ଠାକ୍‌ରେଙ୍କୁ ଭେଟି ସର୍ତ୍ତମୂଳକ ସମର୍ଥନ ଜଣାଇଛନ୍ତି। ପୂର୍ବରୁ ଗତ ଗୁରୁବାର ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ନିର୍ବାଚନରେ ବଜୟୀ ହୋଇଥିବା ୨ ବିଦ୍ରୋହୀ ପାର୍ଥୀ ଆଶିଷ ଜୟସ୍ବାଲ ଏବଂ ନରେନ୍ଦ୍ର ଭଣ୍ଡେରକର ଦଳକୁ ସମର୍ଥନ ଜଣାଇ ସାରିଛନ୍ତି।

ସମ୍ବନ୍ଧିତ ଖବର