ପରସ୍ପର ସହ ଧକ୍କା ହୋଇଗଲେ ୨ ଆମେରିକୀୟ ବ୍ଲାକହକ୍ ହେଲିକପ୍ଟର, ୯ ମୃତ

ୱାଶିଂଟନ: ଆମେରିକାର ଦୁଇଟି ଅତ୍ୟାଧୁନିକ ବ୍ଲାକହକ୍ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ହେଲିକପ୍ଟରଗୁଡ଼ିକ କେଣ୍ଟକିରେ ଉଡୁଥିଲା। ଏହି ସମୟରେ ପରସ୍ପର ସହ ଧକ୍କା ହେବାରୁ ଏହି ଦୁର୍ଘଟଣା ହୋଇଥିଲା। ଏହି ଦୁର୍ଘଟଣାରେ ୯ ଜଣ ଯବାନ ସହିଦ ହୋଇଛନ୍ତି ବୋଲି ଆମେରିକାର ସ୍ଥାନୀୟ ଗଣମାଧ୍ୟମ ଏହି ସୂଚନା ଦେଇଛି ।

ଆମେରିକାର ଜଣେ ସାମରିକ ମୁଖପାତ୍ର କହିଛନ୍ତି ଯେ କେଣ୍ଟୁକି ଉପରେ ଏକ ନିୟମିତ ପ୍ରଶିକ୍ଷଣ ଅଭିଯାନ ସମୟରେ ଦୁଇଟି ବ୍ଲାକ୍ ହକ୍ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୯ ଜଣ ଯବାନ ସହିଦ ହୋଇଛନ୍ତି । ଫୋର୍ଟ କ୍ୟାମ୍ପବେଲର ପବ୍ଲିକ୍ ଆଫେୟାର୍ସ ଅଫିସ୍ କହିଛି ଯେ କ୍ରୁ ମେମ୍ବରମାନେ ୧୦୧ତମ ଏୟାରବୋର୍ଣ୍ଣ ଡିଭିଜନ ଦ୍ୱାରା ପରିଚାଳିତ ଦୁଇଟି ଏଚ୍ଏଚ୍ -୬୦ ବ୍ଲାକ୍ ହକ୍ ହେଲିକପ୍ଟର ଉଡ଼ାଉଥିଲେ। ବୁଧବାର ବିଳମ୍ବିତ ରାତିରେ କେଣ୍ଟକିର ଟ୍ରିଗ୍ କାଉଣ୍ଟିରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ଦୁର୍ଘଟଣାସ୍ଥଳଠାରୁ ଅଳ୍ପ ଦୂରରେ ରହୁଥିବା ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ ଦୁର୍ଘଟଣା ପୂର୍ବରୁ ସେ ଦୁଇଟି ହେଲିକପ୍ଟରକୁ ତାଙ୍କ ଘର ଉପରେ ଉଡୁଥିବା ଦେଖିଥିଲେ। ବ୍ଲାକ୍ ହକ୍ ର ରେଞ୍ଜ୍ ୧,୩୮୧ ମାଇଲ୍ ପର୍ଯ୍ୟନ୍ତ ରହିଥାଏ । ଥରେ ଇନ୍ଧନ ବୋଝେଇ ହେବା ପରେ ଏହା ଶହ ଶହ କିଲୋମିଟର ପର୍ଯ୍ୟନ୍ତ ଉଡ଼ିପାରିବ । ସେମାନଙ୍କର ଉଠାଣ କ୍ଷମତା ମଧ୍ୟ ଭଲ ବୋଲି କୁହାଯାଉଛି। ଆମେରିକୀୟ ସେନା ଦାବି କରିଛି ଯେ ଏହାର ବାହ୍ୟ କାର୍ଗୋ ହୁକ୍ ସାହାଯ୍ୟରେ ବ୍ଲାକ୍ ହକ୍ ୮ ହଜାର  ପାଉଣ୍ଡ ଓଜନର ଜିନିଷ ଉଠାଇପାରିବ।

ସମ୍ବନ୍ଧିତ ଖବର