ବିଜୟନଗରମ୍: ଓଡ଼ିଶାର ସମ୍ବଲପୁରରୁ ମହାରାଷ୍ଟ୍ରର ନାନ୍ଦେଡ଼ ଚଳାଚଳ କରୁଥିବା ନାଗାବଳୀ ଏକ୍ସପ୍ରେସ୍ ଆଜି ବିଜୟନଗରମ୍ ଷ୍ଟେସନ୍ ନିକଟରେ ଲାଇନ୍ଚ୍ୟୁତ ହୋଇଛି। ଏହି ଦୁର୍ଘଟଣାଦ୍ବାରା କେହି ଆହତ ହୋଇନାହାନ୍ତି ଏବଂ ତତ୍କାଳ ଦୁଇଟି ବଗିକୁ ଟ୍ରାକ୍କୁ ଆଣିବା ପାଇଁ ପଦକ୍ଷେପ ନିଆଯାଇଥିଲା ବୋଲି ରେଳ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।
ୱାଲଟିୟର ଡିଭିଜନ୍ ପକ୍ଷରୁ ଜାରି ପ୍ରେସ୍ ସୂଚନାନୁସାରେ, ପୂର୍ବାହ୍ଣ ୧୧ଟା ୫୬ ସମୟରେ ଷ୍ଟେସନ୍ ୟାର୍ଡ୍ରେ ଏହି ଦୁର୍ଘଟଣା ଘଟିଥିଲା। ଟ୍ରେନ୍ର ଶେଷ ଆଡ଼କୁ ଥିବା ମାଲବାହୀ ବଗି ଓ ଏହା ସଂଲଗ୍ନ ଗୋଟିଏ ଜେନେରାଲ୍ ବଗି ଲାଇନ୍ଚ୍ୟୁତ ହୋଇଥିଲା। ଅପରାହ୍ଣ ୧୨ଟା ୪୭ ସୁଦ୍ଧା ଲାଇନ୍ଚ୍ୟୁତ ଦୁଇଟି ବଗିକୁ ପୁନଃ ଟ୍ରାକ୍କୁ ଅଣାଯିବା ପରେ ଟ୍ରେନ୍ଟି ସ୍ବାଭାବିକ ଭାବେ ନିଜର ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯାତ୍ରା କରିଛି। ଦୁର୍ଘଟଣା ସମୟରେ ଟ୍ରେନ୍ର ଗତି ଅତି ମନ୍ଥର ଥିବାରୁ ବଡ଼ଧରଣର ଦୁର୍ଘଟଣା ଟଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/04/03/kir3hHGXeIuPd5WtLhPF.jpg)