ଦେଶର ସୁରକ୍ଷା ପାଇଁ ସେନାରେ ସାମିଲ ହେଲେ ସହିଦ ଆଉରଙ୍ଗଜେବଙ୍କ ଦୁଇ ଭାଇ

ଶ୍ରୀନଗର:ଦେଶର ସୁରକ୍ଷା ପାଇଁ ସେନାରେ ସାମିଲ ହେଲେ ସହିଦଙ୍କର ଦୁଇ ଭାଇ ଦିନେ ଆତଙ୍କବାଦୀମାନେ ତାଙ୍କ ଭାଇଙ୍କର ହତ୍ୟା କରିଥିବାବେଳେ ଏବେ ସେହି ଆତଙ୍କବାଦୀଙ୍କୁ ଜବାବ ଦେବା ପାଇଁ ଦୁଇ ଭାଇ ସେନାରେ ସାମିଲ ହୋଇଛନ୍ତି | ଏଭଳି ଏକ ଘଟଣା ଜମ୍ମୁକାଶ୍ମୀରରେ ଦେଖିବାକୁ ମିଳିଛି | ଗତବର୍ଷ ଶ୍ରୀନଗର ସୋପିଆନରେ ଇଦରେ ଛୁଟିରେ ଘରକୁ ଆସିଥିବା ଭାରତୀୟ ସେନାର ଯବାନ ଆଉରଙ୍ଗଜେବଙ୍କୁ ଆତଙ୍କବାଦୀମାନେ ଅପହରଣ କରିବା ପରେ ହତ୍ୟା କରିଥିଲେ |

PHOTO-Navbharatimes

ଏବେ ତାଙ୍କର ଦୁଇ ଭାଇ ସେନାରେ ଭର୍ତ୍ତି ହୋଇଛନ୍ତି | ସହିଦଙ୍କର ବାପା ମହମ୍ମଦ ହନିଫ କହିଛନ୍ତି ଯେ ଆଉରଙ୍ଗଜେବଙ୍କ ଦୁଇ ସାନ ଭାଇ ମହମ୍ମଦ ତାରିକ ଓ ମହମ୍ମଦ ସବୀର ମାତୃଭୁମିର ସୁରକ୍ଷା ପାଇଁ ସେନାରେ ଭର୍ତ୍ତି ହୋଇଛନ୍ତି | ବର୍ତ୍ତମାନ ସେମାନଙ୍କର ଟ୍ରେନିଂ ଚାଲିଛି | ଆଉରଙ୍ଗଜେବଙ୍କ ଭାଇମାନେ କହିଛନ୍ତି ଯେ ଯେଭଳି ଭାଇ ଦେଶ ପାଇଁ ଜୀବନ ଦେଲେ ଠିକ ସେହିଭଳି ଜୀବନ ଦେବା ପାଇଁ ପ୍ରସ୍ତୁତ ଅଛନ୍ତି |

ନିଜ ଭାଇର ପ୍ରତିଶୋଧ ନେବା ସହ ଦେଶର ନାମକୁ ଉଜ୍ଜ୍ୱଳ କରିବେ ବୋଲି ଦୁଇ ଭାଇ କହିଛନ୍ତି | ଏଠାରେ ସୂଚନା ଥାଉ କି ଗତବର୍ଷ ଯବାନ ଆଉରଙ୍ଗଜେବଙ୍କୁ ଆତଙ୍କବାଦୀମାନେ ଅପହରଣ କରିନେଇଥିଲେ | ଘରକୁ ଛୁଟିରେ ଆସିଥିବାବେଳେ ତାଙ୍କୁ ଆତଙ୍କବାଦୀ ଗୁଳି କରି ହତ୍ୟା କରିଥିଲେ | ଗୁଳିବିଦ୍ଧ ଶରୀର ପୁଲବାମାରୁ ଉଦ୍ଧାର କରାଯାଇଥିଲା |

ସମ୍ବନ୍ଧିତ ଖବର