କରୋନା ସଂକ୍ରମିତ ହୋଇ ୨ ବିଏସଏଫ ଯବାନଙ୍କ ମୃତ୍ୟୁ, ମୋଟ ସଂକ୍ରମିତ ସଂଖ୍ୟା ୧୯୫କୁ ବୃଦ୍ଧି

ନୂଆଦିଲ୍ଲୀ : କରୋନା ଭାଇରସରେ ସଂକ୍ରମିତ ହୋଇ ଭାରତର ସୀମା ସୁରକ୍ଷା ବଳ ବା ବିଏସଏଫର ଦୁଇ ଯବାନଙ୍କ ମୃତ୍ୟୁ ହୋଇଛି । ଜଣେ ଅସୁସ୍ଥ ଯବାନ ନିଜର ଚିକିତ୍ସା ପାଇଁ ହସପିଟାଲକୁ ଯାଇଥିବା ବେଳେ କୋରନା ସଂକ୍ରମିତ ହୋଇଥିଲେ । ଅନ୍ୟ ଜଣେ ଯବାନ କରୋନା ଆକ୍ରାନ୍ତ ହୋଇ ଦିଲ୍ଲୀର ସଫଦରଜଙ୍ଗ ହସପିଟାଲରେ ପ୍ରାଣ ହରାଇଛନ୍ତି ବୋଲି ବିଏସଏଫ ପକ୍ଷରୁ ସୂଚନା ଦିଆଯାଇଛି ।
ଗୃହମନ୍ତ୍ରୀ ଅମିତ ଶାହା ଦୁଇ ବିଏସଏପ ଯବାନଙ୍କ ମୃତ୍ୟୁକୁ ନେଇ ଗଭୀର ଶୋକ ପ୍ରକଟ କରିଛନ୍ତି ।

। ଅନ୍ୟପକ୍ଷରେ ବିଏସଏଫର ଆଉ ୪୧ ଜଣ ଯବାନ କରୋନା ସଂକ୍ରମିତ ଥିବା ଜଣାପଡ଼ିଛି । ଗତ କାଲି ୮୫ ଜଣ ସଂକ୍ରମିତ ଥିବା ଜଣାପଡ଼ିଥିଲା । ଏହାସହିତ ବିଏସଏଫରେ ଏପର୍ଯ୍ୟନ୍ତ ମୋଟ ୧୯୫ ଜଣ କୋରନା ସଂକ୍ରମିତ ହୋଇଥିବା ବିଏସଏଫ ପକ୍ଷରୁ ସ୍ପଷ୍ଟ କରାଯାଇଛି । ସେବାରତ ଥିବାବେଳେ ବିଏସଏଫ ଯବାନମାନେ ସଂକ୍ରମିତ ହୋଇଥିବା ଜଣାଯାଇଛି । ବିଶେଷକରି କରୋନା ମୁକାବିଲା ଲାଗି ଦିଲ୍ଲୀ ଓ ଅନ୍ୟରାଜ୍ୟରେ ସ୍ଥାନୀୟ ପ୍ରଶାସନ ସହ ମିଶି ବିଏସଏଫ କାର୍ଯ୍ୟ କରୁଥିବାବେଳେ ଯବାନମାନେ ସଂକ୍ରମିତ ହୋଇଥିବା ସଂଦେହ କରାଯାଉଛି ।
ସଂକ୍ରମିତ ଯବାନ ଓ କର୍ମଚାରୀମାନଙ୍କୁ କୋଭିଡ-୧୯ ହସପିଟାଲରେ ଭର୍ତ୍ତି କରାଯାଇଛି । ଏହା ସହିତ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦ୍ୱାରା ଜାରି ଏସଓପିକୁ କଡ଼ାକଡ଼ିଭାବେ ପାଳନ କରାଯାଉଛି ବୋଲି ବିଏସଏଫ ପକ୍ଷରୁ କୁହାଯାଇଛି ।

ସମ୍ବନ୍ଧିତ ଖବର