ଖେଳୁଖେଳୁ କାର ଭିତରେ ଲକ୍‌ ହୋଇଗଲେ ଶିଶୁ; ଶ୍ୱାସ ରୁଦ୍ଧ ହୋଇ ଉଡ଼ିଗଲା ୨ଜଣଙ୍କ ପ୍ରାଣବାୟୁ

ଲକ୍ଷ୍ନୌ:  ଉତ୍ତର ପ୍ରଦେଶର ମୁରାଦାବାଦରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଖେଳୁଖେଳୁ ୪ ଜଣ ଶିଶୁ କାର ଭିତରେ ଲକ୍‌ ହୋଇଯାଇଥିଲେ। ସେମାନଙ୍କ ମଧ୍ୟରୁ ଶ୍ୱାସରୁଦ୍ଧ ହୋଇ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇଜଣଙ୍କୁ ଗୁରୁତର ଅବସ୍ଥାରେ କାର ଭିତରୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।

ଏଭଳି ଏକ ଅଭାବନୀୟ ଘଟଣା ମୁରାଦାଦର ମୁଢାପାଡ ଥାନା ଅଞ୍ଚଳର ବାରପୁର ଗ୍ରାମରେ ଘଟିଛି। ଏହି ଗ୍ରାମରେ ବସବାସ କରୁଥିବା ବବ୍ଦନ ତାଙ୍କ କାରକୁ ଘର ବାହାରେ ରଖିଥିଲେ । ବବ୍ଦନଙ୍କ ଭାଇ ଓ ଭଉଣୀଙ୍କ ୪ଜଣ ସନ୍ତାନ ଏହି କାର୍‌ରେ ଖେଳୁଥିଲେ। ଖେଳୁଖେଳୁ ୪ଜଣ ଶିଶୁ କାର ଡୋରକୁ ଭିତରୁ ବନ୍ଦ କରି ଦେଇଥିଲେ। ଫଳରେ ୪ଜଣ ଶିଶୁ କାର୍‌ ଭିତରେ ହିଁ ଫସି ଯାଇଥିଲେ। ଶ୍ୱାସରୁଦ୍ଧ ହୋଇ କାର୍‌ ଭିତରେ ଦୁଇଜଣ ଶିଶୁଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇଜଣଙ୍କୁ ଗୁରୁତର ଅବସ୍ଥା ଉଦ୍ଧାର କରାଯାଇ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

ଅନେକ ସମୟ ପରେ ପରିବାର ଲୋକେ ୪ଜଣ ଶିଶୁକୁ ବହୁ ଖୋଜାଖୋଜି କରି କାର ଡୋର ଖୋଲିଥିଲେ। କାର ଡୋର ଖୋଲିଲା ପରେ ୨ଶିଶୁଙ୍କୁ ମୃତ ଅବସ୍ଥାରେ ପାଇ ପରିବାରଲୋକ ପାଗଳପ୍ରାୟ ହୋଇଯାଇଥିଲେ।

ସମ୍ବନ୍ଧିତ ଖବର