ଚୀନରେ ୨ ଭାରତୀୟ ଯୁଦ୍ଧ ଜାହାଜ

ବେଜିଙ୍ଗ: ଭାରତର ଦୁଇଟି ଯୁଦ୍ଧ ଜାହାଜ ଚୀନର କ୍ବିଙ୍ଗ୍‌ଦାଓ ବନ୍ଦରରେ ପହଞ୍ଚିଥିବା ଜଣାପଡିଛି। ଏହି ଦୁଇ ଭାରତୀୟ ଯୁଦ୍ଧ ଜାହାଜ ଚୀନ ନୌସେନାର ଲଢୁଆ ଜାହାଜ ସମରାଭ୍ୟାସ ପ୍ରଦର୍ଶନୀରେ ଭାଗ ନେଉଥିବା ସୂଚନା ଦିଆଯାଇଛି। ତେବେ ଏହି ସମରାଭ୍ୟାସରେ ପାକିସ୍ତାନର କୌଣସି ଯୁଦ୍ଧ ଜାହାଜ ସାମିଲ ହେଉନଥିବା ଜଣାପଡିଛି। ଚୀନର ପିପୁଲସ ଲିବେରେସନ ଆର୍ମି ନେଭିର ୭୦ ବର୍ଷ ପୂର୍ତ୍ତି ଅବସରରେ ହେଉଥିବା ଏହି ଲଢୁଆ ଜାହାଜ ପ୍ରଦର୍ଶନୀରେ ରୁଷିଆ, ଥାଇଲାଣ୍ଡ ଭିଏତନାମ ସମେତ ୧୦ଟି ଦେଶ ଭାଗନେଉଥିବା ସୂଚନା ଦିଆଯାଇଛି। ଏଥିରେ ଭାଗନେବା ପାଇଁ ଭାରତର ଆଇଏନ୍‌ଏସ୍‌ କୋଲକାତା ଏବଂ ଆଇଏନ୍‌ଏସ୍‌ ଶକ୍ତି ଚୀନ ପହଞ୍ଚିସାରିଥିବା ଜଣାପଡିଛି।

ସମ୍ବନ୍ଧିତ ଖବର