ମହିଳା ବନ୍ଧୁଙ୍କୁ ଭେଟିବା ପାଇଁ ନକଲି ଟିକେଟ ଦେଖାଇ ବିମାନବନ୍ଦରକୁ ପଶିଥିଲେ ଦୁଇ ଚାଇନିଜ୍‌ ଯୁବକ, ଗିରଫ କଲା ପୁଲିସ

ନୂଆଦିଲ୍ଲୀ : ନକଲି ଟିକେଟ ଦେଖାଇ ଦିଲ୍ଲୀ ବିମାନବନ୍ଦରର ଟର୍ମିନାଲ-୩କୁ ପ୍ରବେଶ କରିବାକୁ ଚେଷ୍ଟା କରୁଥିବାରୁ ଦୁଇ ଚାଇନିଜ୍‌ ଯୁବକଙ୍କୁ ଗିରଫ କରିଛନ୍ତି ସିଆଇଏସ୍‌ଏଫ୍‌ କର୍ମଚାରୀ । ଦୁହେଁ ନିଜର ଜଣେ ମହିଳା ବନ୍ଧୁଙ୍କୁ ଭେଟିବା ପାଇଁ ନକଲି ଟିକେଟ ବ୍ୟବହାର କରିଥିଲେ । ଟର୍ମିନାଲ-୩ର ଚେକ୍‌ ଇନ୍‌ ଗେଟ୍‌ ପାଖରେ ଦୁହିଁଙ୍କୁ ବୁଲୁଥିବା ଦେଖି ସନ୍ଦେହରେ ସେମାନଙ୍କୁ ଅଟକ ରଖିଥିଲେ ସିଆଇଏସ୍‌ଏଫ୍‌ କର୍ମଚାରୀ । ପରେ ଦୁହେଁ ନକଲି ଟିକେଟ ଦେଖି ପ୍ରବେଶ କରିଥିବା ସାମ୍ନାକୁ ଆସିଥିଲା । ଏବେ ଦୁହିଁଙ୍କୁ ଗିରଫ କରାଯାଇ ତଦନ୍ତ ଜାରି ରଖିଛି ପୁଲିସ ।

Hindustan Times

ସୂଚନା ମୁତାବକ, ଝାଙ୍ଗ ପେଙ୍ଗ ଏବଂ ଜୁଓ ଉଇ ନିଜ ବନ୍ଧୁଙ୍କୁ ଭେଟିବା ପାଇଁ ଟିକେଟକୁ ଏଡିଟ୍‌ କରିଥିଲେ । ୧୧ଟା ୩୦ମିନିଟ୍‌ରେ ବିମାନଟି ଉଡ଼ାଣ ଭରିବାକୁ ଥିବା ବେଳେ ୧୧ଟାରେ ଦୁହେଁ ଯାଇ ଟର୍ମିନାଲ-୩ରେ ପହଞ୍ଚିଥିଲେ । କିନ୍ତୁ ସିଆଇଏସ୍‌ଏଫ୍‌ କର୍ମଚାରୀଙ୍କ ଆଖିରୁ ଦୁହେଁ ବଞ୍ଚି ପାରି ନଥିଲେ ।

ସମ୍ବନ୍ଧିତ ଖବର