ରଜୌରୀ: ପୁଣି ରକ୍ତରଞ୍ଜିତ ହେଲା ଜମ୍ମୁ କଶ୍ମୀରର। ଆଜି ଜମ୍ମୁ କଶ୍ମୀରର ରଜୌରୀ ଜିଲ୍ଲାରେ ଥିବା ଧଙ୍ଗ୍ରି ଅଞ୍ଚଳରେ ଆତଙ୍କବାଦୀଙ୍କ ଗୁଳିମାଡ଼ରେ ଅତି କମରେ ଦୁଇ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି। ଏହା ସହ ୬ଜଣ ଗୁରୁତର ଆହତ ହୋଇଛନ୍ତି।
ସୂଚନା ମୁତାବକ, ସନ୍ଧ୍ୟା ପ୍ରାୟ ୭.୧୫ ସମୟରେ ରଜୌରୀ ଜିଲ୍ଲାର ଧଙ୍ଗ୍ରି ଅଞ୍ଚଳରେ ଥିବା ଏକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ନିକଟରେ କିଛି ଆତଙ୍କବାଦୀ ଗୁଳିଚଳାଇବାରୁ ଜଣେ ମହିଳା ଏବଂ ଶିଶୁ ସମେତ ଗୋଟିଏ ହିନ୍ଦୁ ପରିବାରର ୮ଜଣ ଆହତ ହୋଇଥିଲେ। ୮ଜଣଙ୍କ ମଧ୍ୟରୁ ସତୀଶ ଏବଂ ଦୀପକ ନାମକ ଦୁଇଜଣ ବ୍ୟକ୍ତି ଆହତ ହୋଇଥିବା ବେଳେ ପରେ ସେମାନଙ୍କର ମୃତ୍ୟୁ ହୋଇଥିଲା। ଏବେ ଆହତମାନଙ୍କୁ ଜିଏମସି ରଜୌରୀରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।
ଜିଏମସି ରଜୌରୀରେ ଚିକିତ୍ସିତ ହେଉଥିବା ଜଣେ ଆହତ ବ୍ୟକ୍ତିଙ୍କ କହିବା ମୁତାବକ, ଏହା ଏକ ଆତଙ୍କବାଦୀ ଆକ୍ରମଣ ଥିଲା। ଆତଙ୍କବାଦୀମାନେ ସାଧାରଣ ଲୋକଙ୍କ ଉପରକୁ ଗୁଳି ଚଳାଇଥିଲେ। ଏବେ ଘଟଣା ପରେ ସୁରକ୍ଷା ବାହିନୀ ଘଟଣାସ୍ଥଳରେ ପହଞ୍ଚି ସର୍ଚ୍ଚ ଅପରେସନ ଆରମ୍ଭ କରିଛି।