ଶ୍ରୀନଗର: ଆଜି ସକାଳେ ଶ୍ରୀନଗର ଉପକଣ୍ଠରେ ଆତଙ୍କବାଦୀଙ୍କ ଆକ୍ରମଣ ପରେ ଜମ୍ମୁ-କଶ୍ମୀରର ଦୁଇଜଣ ପୁଲିସ କର୍ମଚାରୀ ସହିଦ ହୋଇଛନ୍ତି। ଏ ନେଇ ଶ୍ରୀନଗର ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ଶ୍ରୀନଗର ସହରର ସୀମାନ୍ତରେ ଥିବା ନୋଗାମରେ ପୁଲିସ ଟିମ୍ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଥିବା ଜଣା ପଡ଼ିଛି।

Advertisment

 indiatoday

ଏହି ଆକ୍ରମଣରେ ତିନି ଜଣ ପୁଲିସ କର୍ମଚାରୀ ଆହତ ହୋଇଥିଲେ। ଚିକିତ୍ସା ପାଇଁ ସେମାନଙ୍କୁ ଡାକ୍ତରଖାନା ନିଆଯାଇଥିବା ବେଳେ ଚିକିତ୍ସା ସମୟରେ ଦୁଇଜଣ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ପୁଲିସ କହିଛି।

Anantnag encounter: Three terrorists killed in Jammu and Kashmir ... The Financial Express

କଶ୍ମୀର ଜୋନ ପୁଲିସର ସୂଚନା ମୁତାବକ, ଆତଙ୍କବାଦୀମାନେ ନୋଗାମ ବାଇପାସ୍ ନିକଟରେ ପୁଲିସ ପାର୍ଟି ଉପରେ ଗୁଳିବର୍ଷା ଆରମ୍ଭ କରିଦେଇଥିଲେ । ହଠାତ୍ ଏହି ଆକ୍ରମଣ କରାଯାଇଥିବା ବେଳେ ୩ଜଣ ପୁଲିସକର୍ମୀ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା ଯେଉଁଠାରେ ସେମାନଙ୍କ ମଧ୍ୟରୁ ଦୁଇଜଣ ସହିଦ ହୋଇଛନ୍ତି। ସ୍ୱାଧୀନତା ଦିବସକୁ ନେଇ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯାଉଥିବା ବେଳେ ଏଭଳି ଆକ୍ରମଣ ହେବା ଭାରତକୁ ଏକ ସତର୍କ ସୂଚନା ଦେଇଛି।