ଥିରୁଅନନ୍ତପୁରମ୍: କେରଳରେ ଏବେ ଆତଙ୍କ ଖେଳି ଯାଇଛି। ଲକ୍ଷଣ ନଥାଇ ୨ ଜଣ ବ୍ୟକ୍ତି କରୋନା ଭାଇରସ୍ ଆକ୍ରାନ୍ତ ହେବାପରେ ଏବେ ସରକାରଙ୍କ ସହ ଲୋକମାନଙ୍କର ବି ଚିନ୍ତା ବଢ଼ିଛି। କେରଳର ପଥନମଥିତ ଜିଲ୍ଲାରେ ଜଣେ ୬୦ ବର୍ଷୀୟ ବ୍ୟକ୍ତି ଏବଂ ଜଣେ ୧୯ ବର୍ଷୀୟ ଛାତ୍ର କରୋନା ଭାଇରସ୍ର କୌଣସି ଲକ୍ଷଣ ନଥାଇ ଭାଇରସ୍ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ୬୦ ବର୍ଷୀୟ ବ୍ୟକ୍ତି ଜଣଙ୍କ ଦୁବାଇରୁ ଫେରିଥିବା ବେଳେ ୧୯ ବର୍ଷୀୟ ଛାତ୍ର ଦିଲ୍ଲୀରୁ ଫେରିଛନ୍ତି। ତେବେ ଏହି ଦୁଇ ଜଣ ୧୪ ଦିନ କ୍ବାରାଣ୍ଟିନ୍ରେ ମଧ୍ୟ ରହି ସାରିଛନ୍ତି। ଏହି ସମୟରେ ସେମାନଙ୍କ ଶରୀରରେ ଭାଇରସ୍ର କୌଣସି ଲକ୍ଷଣ ଦେଖିବାକୁ ମିଳିନଥିଲା। କ୍ବାରାଣ୍ଟିନ୍ରେ ରହିବାପରେ ଏମାନଙ୍କ ସଂସ୍ପର୍ଶରେ ହଜାର ହଜାର ଲୋକ ଆସିଥିବେ। ସୂଚନାନୁଯାୟୀ ୬୦ ବର୍ଷୀୟ ବ୍ୟକ୍ତି ମାର୍ଚ୍ଚ ୧୯ରୁ ଏପ୍ରିଲ ୬ ଯାଏଁ କ୍ବାରାଣ୍ଟିନ୍ରେ ଥିଲେ। ତେବେ କରୋନା ପ୍ରବଣ ଅଂଚଳରୁ ଆସିଥିବାରୁ ତାଙ୍କ ଶରୀରରେ କୌଣସି ଲକ୍ଷଣ ଦେଖାଦେଇନଥିଲେ ମଧ୍ୟ ସେ ଟେଷ୍ଟ୍ କରିଥିଲେ। ସେହିପରି ମାର୍ଚ୍ଚ ୧୫ରେ ୧୯ ବର୍ଷୀୟ ଛାତ୍ର ଦିଲ୍ଲୀରୁ ଏକ ଟ୍ରେନ୍ ଧରି ମାର୍ଚ୍ଚ ୧୭ରେ ଏର୍ନାକୁଲମ୍ ପହଞ୍ଚିଥିଲେ। ଏହାପରେ ସେ କ୍ବାରାଣ୍ଟିନ୍ରେ ମଧ୍ୟ ରହିଥିଲେ। ତେବେ ଲକ୍ଷଣ ନଥାଇ ମଧ୍ୟ ସେ କରୋନା ପଜିଟିଭ୍ ହେବାପରେ ତାଙ୍କୁ ଏପ୍ରିଲ ୪ରେ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ତେବେ ଏହି ୨ ଜଣ କରୋନା ପଜିଟିଭ୍ ହେବାପରେ ହାଇରିସ୍କ୍ ଅଂଚଳରୁ ଫେରିଥିବା ଲୋକମାନଙ୍କ କରୋନା ପରୀକ୍ଷା ଆରମ୍ଭ ହୋଇଛି।
କେରଳରେ ଆତଙ୍କ, ଲକ୍ଷଣ ନଥାଇ ୨ ଆକ୍ରାନ୍ତ ଚିହ୍ନଟ
/sambad/media/post_attachments/wp-content/uploads/2020/04/98f7h8fs7h8s9fhsfhhhhhhhhhhhhhhhhhhh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)