ରାଜ୍ୟମାନଙ୍କୁ ୨ କୋଟି ଏନ୍‌୯୫ ମାସ୍କ, ୧ କୋଟି ପିପିଇ କିଟ୍‌ ମାଗଣାରେ ବଣ୍ଟାଯାଇଛି

ନୂଆଦିଲ୍ଲୀ: ଏପ୍ରିଲ ୧ ତାରିଖଠାରୁ ରାଜ୍ୟମାନଙ୍କୁ ମାଗଣାରେ ୨ କୋଟିରୁ ଅଧିକ ଏନ୍‌୯୫ ମାସ୍କ ଏବଂ ୧ କୋଟିରୁ ଅଧିକ ପିପିଇ କିଟ୍‌ ବଣ୍ଟାଯାଇଛି। ଏହାବାଦ୍‌ ୬.୧୨ କୋଟି ହାଇଡ୍ରୋକ୍ସିକ୍ଲୋରକ୍ବିନ୍‌ ଟାବଲେଟ୍‌ ମଧ୍ୟ ସମସ୍ତ ରାଜ୍ୟ, କେନ୍ଦ୍ର ଶାସିତ ଅଞ୍ଚଳ ଏବଂ କେନ୍ଦ୍ରୀୟ ଅନୁଷ୍ଠାନ ଗୁଡ଼ିକୁ ଦିଆଯାଇଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ୧୧,୩୦୦ ମେକ୍‌ ଇନ୍‌ ଇଣ୍ଡିଆ ଭେଣ୍ଟିଲେଟର ମଧ୍ୟ ରାଜ୍ୟମାନଙ୍କୁ ଦିଆସରିଛି। ଏଥିମଧ୍ୟରୁ ୬,୧୫୪ ଭେଣ୍ଟିଲେଟର ବିଭିନ୍ନ ହସ୍ପିଟାଲ୍‌ରେ ପହଞ୍ଚି ସାରିଛି। ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମଧ୍ୟ ୧.୦୨ ଲକ୍ଷ ଅକ୍ସିଜେନ୍‌ ସିଲିଣ୍ଡର ରାଜ୍ୟମାନଙ୍କୁ ଦିଆଯାଇଛି। ଏଯାବତ୍‌ ଦିଲ୍ଲୀକୁ ୭.୮୧ ଲକ୍ଷ ପିପିଇ ଏବଂ ୧୨.୭୬ ଲକ୍ଷ ଏନ୍‌୯୫ ମାସ୍କ ଦିଆସରିଛି। ମହାରାଷ୍ଟ୍ରକୁ ୧୧.୭୮ ଲକ୍ଷ ପିପିଇ ଏବଂ ୨୦.୬୪ ଲକ୍ଷ ଏନ୍‌୯୫ ମାସ୍କ ମିଳିଛି। ସେହିପରି ତାମିଲନାଡ଼ୁରେ ୯.୮୧ ଲକ୍ଷ ଏନ୍‌୯୫ ମାସ୍କ ଏବଂ ୫.୩୯ ଲକ୍ଷ ପିପିଇ ଦିଆଯାଇଛି। କରୋନା ମୁକାବିଲା ପାଇଁ ଯଥୋଚିତ ପଦ‌କ୍ଷେପ ଗ୍ରହଣ ହେଉଛି। ଦେଶ କରୋନାକୁ ଭଲଭାବେ ମୁକାବିଲା କରିପାରିଛି ବୋଲି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର