ଜମ୍ମୁ ଓ କଶ୍ମୀରର ପହ୍ଲାଲନ୍‌ରେ ଗ୍ରେନେଡ୍‌ ଆକ୍ରମଣ; ୨ ‘ସିଆର୍‌ପିଏଫ୍‌’ ଯବାନ ଓ ୪ ସାଧାରଣ ନାଗରିକ ଆହତ

ଶ୍ରୀନଗର: ଆଜି ଉତ୍ତର କଶ୍ମୀରର ବାରମୂଳା ଜିଲ୍ଲା ଅନ୍ତର୍ଗତ ପହ୍ଲାଲନ୍‌ ଛକ ଅଞ୍ଚଳରେ ସନ୍ଦିଗ୍ଧ ଆତଙ୍କବାଦୀମ‌ାନେ ନିରାପତ୍ତା ବଳଙ୍କ ଉପରକୁ ଗୋଟାଏ ଗ୍ରେନେଡ୍‌ ଫିଙ୍ଗିବାରୁ ୨ଜଣ ‘ସିଆର୍‌ପିଏଫ୍‌’ କର୍ମଚାରୀ ଏବଂ ୪ଜଣ ସାଧାରଣ ନାଗରିକ ଆହତ ହୋଇଛନ୍ତି।

ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି ଯେ, ‘ସିଆର୍‌ପିଏଫ୍‌’ କର୍ମଚାରୀମାନଙ୍କ ଉପରକୁ ଆତଙ୍କବାଦୀମାନେ ଗୋଟାଏ ଗ୍ରେନେଡ୍‌ ଫିଙ୍ଗିଥିବା କଥା କୁହାଯାଉଛି। ଫଳତଃ ‘ସିଆର୍‌ପିଏଫ୍‌’ର ୨ଜଣ କର୍ମଚାରୀ ଏବଂ ୪ଜଣ ସାଧାରଣ ନାଗରିକ ସାମାନ୍ୟ ଆହତ ହୋଇଛନ୍ତି।

ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଛି। ଘଟଣାସ୍ଥଳରେ ଅତିରିକ୍ତ ଯବାନ ପହଞ୍ଚିଛନ୍ତି। ସମ୍ପୃକ୍ତ ଅଞ୍ଚଳକୁ ‘କର୍ଡନ୍‌ ଅଫ୍‌’ କରାଯାଇ ଆକ୍ରମଣକାରୀମାନଙ୍କୁ ଧରିବା ଲାଗି ଅଭିଯାନ ଆରମ୍ଭ ହୋଇଛି।

 

 

ସମ୍ବନ୍ଧିତ ଖବର