ଡେରାଡୁନ: ଉତ୍ତରାଖଣ୍ଡରେ ରବିବାର ଭୟାନକ ସଡ଼କ ଦୁର୍ଘଟଣା ହେବା ପରେ ୨ ଜଣଙ୍କର ମୃତ୍ୟୁ ଘଟିବା ସହ ୩ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଏଏନ୍ଆଇ ପକ୍ଷରୁ ହୋଇଥିବା ଏକ ଟୁଇଟ୍ ମୁତାବକ, ଆଜି ସକାଳୁ ସକାଳୁ ରାଜପୁର ପୁଲିସ୍ ଷ୍ଟେସନ୍ ଅଞ୍ଚଳରେ ଦୃତ ଗତିରେ ଯାଉଥିବା ଏକ କାର୍ ଆଣାୟତ୍ତ ହେବାରୁ ଏହି ଦୁର୍ଘଟଣା ଘଟିଥିଲା। କାର୍ଟି ମୁସରିଜ୍ରୁ ଡେରାଡୁନ୍ ଯାଉଥିବା ବାଟରେ ଏପରି ଘଟିଛି। ଖବର ପାଇଁ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଦତନ୍ତ ଆରମ୍ଭ କରିଛି।
ଦିନକୁ ଦିନ ସଡ଼କ ଦୁର୍ଘଟଣାର ମାତ୍ରା ବଢ଼ି ବଢ଼ି ଚାଲିଛି। ରବିବାର ମହାରାଷ୍ଟ୍ରଠାରେ ମଧ୍ୟ ଏକ ବିରାଟ ଦୁର୍ଘଟଣା ଘଟିଛି। ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲ୍ଲାରେ ଏକ ଭ୍ୟାନ୍ଟିକୁ ଟ୍ରକ୍ ବାଡ଼େଇ ଦେବା ଫଳରେ ୭ ଜଣ ମହିଳା ଓ ୨ ଜଣ ଶିଶୁଙ୍କ ସମେତ ସମୁଦାୟ ୧୧ ଜଣ ଲୋକଙ୍କର ମୃତ୍ୟୁ ଘଟିଛି। ଭ୍ୟାନ୍ଟି କୋରପନାରୁ ଓ୍ଵାନି ଆଡ଼େ ଯାଉଥିଲା।
ଜମ୍ମୁ-କଶ୍ମୀରରେ ଶନିବାର ଏବ ବସ୍ଟି ଘାଇ ଭିତରକୁ ଖସି ପଡ଼ିବାରୁ ୧୩ ଜଣଙ୍କର ମୃତ୍ୟୁ ଘଟିଥିଲା। ରାଜ୍ୟର ପୋଞ୍ଚ ଜିଲ୍ଳାରେ ଏପରି ଘଟିଥିବା ସୂଚନା ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/12/Dt9KNPjUUAAHR6N-784x441.jpg)