କୋଲକତା : ନାଗରିକତା ଆଇନ (ସିଏଏ)କୁ ନେଇ ପଶ୍ଚିମବଙ୍ଗରେ ହିଂସା ଅବ୍ୟାହତ ରହିଛି । ତେବେ ବୁଧବାରଦିନ ଏକ ଦୁର୍ଭାଗ୍ୟଜନକ ଘଟଣା ଘଟିଛି ।
ମୁର୍ସିଦାବାଦ ଜିଲ୍ଲାରେ ତୃଣମୂଳ କଂଗ୍ରେସର ଜଣେ ନେତା ତାହିରୁଦ୍ଦିନ ସିଏଏକୁ ବିରୋଧ କରୁଥିବା କେତେକ ଲୋକଙ୍କ ଉପରକୁ ଆଖିମୁଜା ଗୁଳି ଚଳାଇବାରୁ ୨ ଜଣ ବ୍ୟକ୍ତି ନିହତ ହୋଇଛନ୍ତି ଓ କିଛି ଲୋକ ଆହତ ହୋଇଛନ୍ତି । ମୃତ୍ୟୁବରଣ କରିଥିବା ବ୍ୟକ୍ତି ହେଲେ ମକବୁଲ ସେଖ ଓ ଅନିରୁଦ୍ଧ ବିଶ୍ୱାସ । ତେବେ ତୃଣମୂଳ କଂଗ୍ରେସ ପକ୍ଷରୁ ଏହି ଘଟଣାରେ ନିଜ ନେତାଙ୍କ ହାତ ଥିବା କଥାକୁ ସ୍ୱୀକାର କରିଛନ୍ତି । ଏହି ଘଟଣା ପଛରେ ବିଜେପି ଓ ସିପିଏମର ହାତ ଥିବା ସ୍ଥାନୀୟ ତୃଣମୂଳ ସାଂସଦ ଆବୁ ତାହିର ଅଭିଯୋଗ କରିଛନ୍ତି ।
ମିଳିଥିବା ସୂଚନା ଅନୁସାରେ ସ୍ଥାନୀୟ ନାଗରିକ ଫୋରମ ପକ୍ଷରୁ ସିଏଏ ବିରୋଧରେ ଏକ ବନ୍ଦ ଡକରା ଦିଆଯାଇଥିଲା । କିନ୍ତୁ ଏହାକୁ ପ୍ରତ୍ୟାହାର କରିବାକୁ ତାହିରୁଦ୍ଦିନ ସେମାନଙ୍କୁ କହୁଥିଲା । ଏହାକୁ ନେଇ ବିବାଦ ଦେଖାଯିବା ପରେ ସେ ହଠାତ ଗୁଳିଚଳାଇଥିଲା ।

Advertisment

ସୂଚନାଯୋଗ୍ୟ ଯେ ଭାରତର ନାଗରିକତା (ସଂଶୋଧନ) ଆଇନରେ ଥିବା ବ୍ୟବସ୍ଥା ଅନୁସାରେ ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶରେ ଧର୍ମୀୟ ହିଂସାର ସମ୍ମୁଖୀନ ହେଉଥିବା ହିନ୍ଦୁ, ବୌଦ୍ଧ, ଶିଖ, ଖ୍ରୀଷ୍ଟିଆନ ଓ ପାର୍ସୀ ଆଦି ସଂପ୍ରଦାୟର ଶରଣାର୍ଥୀମାନଙ୍କୁ ଭାରତରେ ନାଗରିକତା ଦିଆଯିବ । ତେବେ ମୁସଲମାନ ମାନଙ୍କୁ ଏହି ବିଲ୍‌ ମାଧ୍ୟମରେ ନାଗରିକତା ଦିଆଯିବ ନାହିଁ ।