ଫ୍ରାନ୍ସ ସୁପରମାର୍କେଟରେ ଆଇଏସ୍‌ଆଇଏସ୍‌ ଆତଙ୍କବାଦୀ ଆକ୍ରମଣ, ୨ ମୃତ

ଟ୍ରେବସ୍‌(ଫ୍ରାନ୍ସ): ଦକ୍ଷିଣ-ପଶ୍ଚିମ ଫ୍ରାନସ୍‌ରେ ଶୁକ୍ରବାର ଆତଙ୍କବାଦୀ ଆକ୍ରମଣ ଘଟଣାରେ ୨ଜଣଙ୍କର ମୃତ୍ୟୁ ଘଟିଛି। ମିଡିଆ ରିପୋର୍ଟ ଅନୁସାରେ ଆତଙ୍କବାଦୀ ସଂଗଠନ ‘ଆଇଏସ୍‌ଆଇଏସ୍‌’ର ଦୁଇଜଣ ସଦସ୍ୟ ଟ୍ରେବସ୍‌ ସହରରେ ଥିବା ଏକ ସୁପରମାର୍କେଟ୍‌ ନିକଟରେ ଅଚାନକ ଗୁଳି ଚଳାଇଥିଲେ। ଫଳରେ ଏହି ଘଟଣାରେ ୨ଜଣ ସାଧାରଣ ନାଗରିକଙ୍କର ମୃତ୍ୟୁ ଘଟିଛି। ସେହିଭଳି ଆଜି ପୂର୍ବାହ୍ନ ୧୧ଟାରେ କାରକାସୋନ୍‌ ସହରରେ ମଧ୍ୟ ପୁଲିସ ଉପରକୁ ଗୁଳି ଚାଳନା ହୋଇଥିଲା। ମାତ୍ର ଟ୍ରେବସ୍‌ ସହରରେ ଘଟିଥିବା ଆତଙ୍କବାଦୀଙ୍କ ଗୁଳିଚାଳନା ସହିତ ଜଡ଼ିତ କି ନୁହେଁ ତାହା ସ୍ପଷ୍ଟ ହୋଇ ନାହିଁ।

ଗଣମାଧ୍ୟମର ରିପୋର୍ଟ ଅନୁସାରେ ଟ୍ରେବସ୍‌ର କେନ୍ଦ୍ରାଞ୍ଚଳସ୍ଥିତ ସୁପର ୟୁ ମାର୍କେଟ ନିକଟରେ ଆଜି ପୂର୍ବାହ୍ନ ୧୧ଟା ୧୫ରେ ଗୁଳିକାଣ୍ଡ ଶବ୍ଦ ହୋଇଥିଲା। ସେହି ସମୟରେ ସୁପରମାର୍କେଟ୍‌ ନିକଟରେ ପ୍ରାୟ ୫୦୦୦ ଲୋକ ଯିବା ଆସିବା କରୁଥିଲେ। ଗୁଳି ଚାଳନାକାରୀମାନେ ହେଲେ ଇସ୍‌ଲାମିକ୍‌ ଷ୍ଟେଟ ଗ୍ରୁପର ସଦସ୍ୟ ବୋଲି ଜଣାପଡ଼ିଛି।

ପ୍ରଧାନମନ୍ତ୍ରୀ ଇଡୋଉରାଡ ଫିଲିପ କହିଛନ୍ତି, ଏହା ଏକ ଆକସ୍ମିକ ଦୁର୍ଘଟଣା। ସେହିଭଳି ସ୍ଥାନୀୟ ପ୍ରଶାସନ ଟୁଇଟ୍‌ କରିଛି, ଯେଉଁସ୍ଥାନରେ ଆତଙ୍କବାଦୀମାନେ ଗୁଳି ଚଳାଇଛନ୍ତି, ସେହି ଅଞ୍ଚଳରେ ସୁପରମାର୍କେଟ ରହିଛି। ୨୦୧୫ ପରେ ଆତଙ୍କବାଦୀଙ୍କ ଏହା ହେଉଛି ଅନ୍ୟତମ ଗୁଳିକାଣ୍ଡ। ସେହି ବର୍ଷ ଆତଙ୍କବାଦୀ ଆକ୍ରମଣରେ ୧୨ଜଣଙ୍କ ମୃତ୍ୟୁ ଘଟିଥିଲା। ସେହିଭଳି ରାଜଧାନୀ ପ୍ୟାରିସରେ ୨୦୧୫ ନଭେମ୍ବରରେ ଆଇଏସ୍‌ ଜିହାଦିମାନଙ୍କ ଗୁଳିରେ ୧୩୦ ଲୋକ ପ୍ରାଣ ହରାଇଥିଲେ। ୨୦୧୬ ଆଇଏସ୍‌ ଆକ୍ରମଣରେ ୮୪ ଜଣ ଲୋଙ୍କର ମୃତ୍ୟୁ ଘଟିଥିଲା।

ସମ୍ବନ୍ଧିତ ଖବର