କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତା ୨% ବଢିଲା, ଜାନୁୟାରୀ ପହିଲାରୁ ପିଛିଲାଭାବେ ଲାଗୁହେବ

ନୂଆଦିଲ୍ଲୀ : କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନସନଧାରୀମାନଙ୍କ ପାଇଁ ଏକ ଖୁସିଖବର । ସରକାର କର୍ମଚାରୀ ଓ ପେନସନଧାରୀଙ୍କ ପାଇଁ ମହଙ୍ଗା ଭତ୍ତାକୁ ୨ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ୍‌ ବୈଠକରେ ଏହାକୁ ମଂଜୁରୀ ଦିଆଯାଇଛି । ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା ପ୍ରାୟ ୫୦ ଲକ୍ଷ କର୍ମଚାରୀ ଓ ୬୦ ଲକ୍ଷ ପେନସନଧାରୀ ଉପକୃତ ହେବେ । ଜାନୁୟାରୀ ୧, ୨୦୧୮ରୁ ଏହା ଲାଗୁ ହେବ । ବର୍ତ୍ତମାନ ପ୍ରଚଳିତ ନିୟମ ଅନୁସାରେ ମୂଳ ଦରମା ବା ପେନସନର ୫ ପ୍ରତିଶତ ମହଙ୍ଗା ଭତ୍ତା ଆକାରରେ ଦିଆଯାଉଛି । ମୁଦ୍ରାସ୍ପୀତିର ପ୍ରଭାବକୁ ଲାଘବ କରିବାକୁ କର୍ମଚାରୀଙ୍କୁ ମହଙ୍ଗାଭତ୍ତା ଓ ପେନସନଧାରୀଙ୍କୁ ମହଙ୍ଗା ସହାୟତା ଦିଆଯାଇଥାଏ ।

ସମ୍ବନ୍ଧିତ ଖବର