ପୁଣେ : ମହାରାଷ୍ଟ୍ରର ବାରମତିରେ ଆଜି ଜଣେ ଶିବ ସେନା ନେତାଙ୍କ କାର୍ ଦୁର୍ଘଟଣାରେ ଦୁଇ ସ୍କୁଲ ଛାତ୍ରୀଙ୍କ ମୃତ୍ୟୁ ହୋଇଛି। ଜଣାଯାଇଛି ଯେ ଶିବ ସେନା ନେତା ପପୁ ମାନେଙ୍କ କାର୍ ଆଜି ସକାଳେ ବାରମତି-ମୋରଗାଓଁ ରୋଡ୍ ନିକଟରେ ୩ ସ୍କୂଲ୍ ଛାତ୍ରିଙ୍କ ଉପରେ ଚଢିଯିବା ଫଳରେ ଘଟଣା ସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ଚିକିତ୍ସାସଧିନ ଅଛନ୍ତି। ତେବେ ଦୁର୍ଘଟଣା ଘଟିବା ସମୟରେ ପପ୍ ମାନେ ଗାଡ଼ି ଚଳାଉଥିଲେ କି ନାହିଁ ତାହା ସ୍ପଷ୍ଟ ଭାବେ ଜଣାଯାଇନାହିଁ। ପୁଲିସ ପପୁଙ୍କୁ ଅଟକ ରଖି ପଚରାଉଚୁରା କରୁଥିବା ବେଳେ ଉତ୍ୟକ୍ତ ଲୋକେ ଉକ୍ତ କାର୍ରେ ନିଅାଁ ଲଗାଇ ଦେବା ସହ ଗାଡ଼ି ମାଲିକ ପପୁଙ୍ଗ ଗିରଫ ଦାବି କରି ରାସ୍ତା ଅବରୋଧ କରିଛନ୍ତି।
ଶିବ ସେନା ନେତାଙ୍କ କାର୍ ଚକା ତଳେ ଦୁଇ ଛାତ୍ରୀଙ୍କ ଜୀବନ ଗଲା
/sambad/media/post_attachments/wp-content/uploads/2017/10/download-1-11.jpg)