ଦୁଇ ସପ୍ତାହରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨୬ ଜଣ ଆତଙ୍କବାଦୀ ନିହତ

ଶ୍ରୀନଗର: ଜାମ୍ମୁ କାଶ୍ମୀରର ଶୋପିଆନ୍ ଜିଲ୍ଲାର ସେନାର ବଡ ଅପରେସନ | ସେନାର ଗୁଳିରେ ଦୁଇଜଣ ଆତଙ୍କବାଦୀ ନିହତ ହୋଇଛନ୍ତି | ଆଉ ଏହାକୁ ମିଶାଇ ଦୁଇ ସପ୍ତାହ ମଧ୍ୟରେ ୨୬ ଜଣ ଆତଙ୍କବାଦୀ ପ୍ରାଣ ହରାଇଲେଣି | ମିଳିଥିବା ସୂଚନା ମୁତାବକ ଜାମ୍ମୁ କାଶ୍ମୀରର ଶୋପିଆନ୍ ଜିଲ୍ଲାର ସୁଗୁ ଅଞ୍ଚଳରେ ସେନା ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ଚାଲିଛି। ତାଜା ସୂଚନା ଅନୁଯାୟୀ ସୁରକ୍ଷା ବାହିନୀର ଗୁଳିମାଡରେ ଏପର୍ଯ୍ୟନ୍ତ ଦୁଇଜଣ ଆତଙ୍କବାଦୀ ନିହତ ହୋଇଥିବାବେଳେ ଗୁଳି ବିନିମୟ ଜାରି ରହିଛି | ତେବେ ମୃତ ଦୁଇ ଆତଙ୍କବାଦୀଙ୍କୁ ଏପର୍ଯ୍ୟନ୍ତ ଚିହ୍ନଟ କରାଯାଇ ନାହିଁ। ଏହି ଅଞ୍ଚଳରେ ଅଧିକ ଆତଙ୍କବାଦୀ ଲୁଚି ରହିବାର ସମ୍ଭାବନା ରହିଛି।


ଏହି ଅଂଚଳରେ ଆତଙ୍କବାଦୀମାନେ ଲୁଚି ରହିଥିବା ନେଇ ଗୁପ୍ତଚରମାନେ ସେନାକୁ ଖବର ଦେଇଥିଲେ | ଏହା ପରେ ଜାମ୍ମୁ କାଶ୍ମୀର ପୁଲିସ ଏବଂ ସୁରକ୍ଷା ବାହିନୀ ଏହି ଅଞ୍ଚଳକୁ ଅବରୋଧ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ଏହି ସମୟରେ ଆତଙ୍କବାଦୀମାନେ ଗୁଳି ଚଳାଇବା ଆରମ୍ଭ କରିଥିଲେ। ଏହାର ପ୍ରତି ଜବାବରେ ସେନା ଗୁଳିଚାଳନା କରିଥିଲା | ଉଲ୍ଳେଖଥାଉ କି ଗତ କିଛି ଦିନ ହେବ ସେନା ଏବଂ ମାଓବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ଚାଲିଛି।

ଜାମ୍ମୁ କାଶ୍ମୀରର ଡିଜିପି ଦିଲବାଗ ସିଂ ସୂଚନା ଦେଇଥିଲେ ଯେ ନିକଟରେ ହୋଇଥିବା ଅପରେସନରେ ସୁରକ୍ଷା ବାହିନୀ ଦ୍ୱାରା ୯ ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀ ନିହତ ହୋଇଛନ୍ତି। ସୋମବାର ଦିନ ଜାମ୍ମୁ କାଶ୍ମୀରର ଶୋପିଆନ୍ ଜିଲ୍ଲାରେ ସେନା ଏବଂ ମାଓବାଦୀଙ୍କ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ ୪ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ରବିବାର ଦିନ ସୁରକ୍ଷା ବାହିନୀ ଦ୍ୱାରା ୭ ଆତଙ୍କବାଦୀ ନିହତ ହୋଇଥିଲେ। ଗତ ଦୁଇ ସପ୍ତାହ ମଧ୍ୟରେ ସେନା ୯ ଟି ପ୍ରମୁଖ ଅପରେସନ୍ କରିଛି। ଆତଙ୍କବାଦୀଙ୍କ ବିରୋଧରେ ଏହି ଅପରେସନରେ ଏପର୍ଯ୍ୟନ୍ତ ୨୪ ଆତଙ୍କବାଦୀ ନିହତ ହୋଇଛନ୍ତି।

ସମ୍ବନ୍ଧିତ ଖବର