ଦେଶର ସବୁଠାରୁ ବଡ ଜେଲରେ ସପ୍ତାହକରେ ୨ଜଣ କଏଦୀଙ୍କ ମୃତ୍ୟୁକୁ ନେଇ ଚହଳ

ନୂଆଦିଲ୍ଲୀ: ଦେଶର ସବୁଠାରୁ ବଡ଼ ଜେଲ ଭାବେ ପରିଚିତ ତିହାର ଜେଲରେ ବିଚାରଧୀନ କଏଦୀଙ୍କ ଅସ୍ୱାଭାବିକ ମୃତ୍ୟୁକୁ ନେଇ ଚର୍ଚ୍ଚା ଜୋର ଧରିଛି | ସପ୍ତାହକ ମଧ୍ୟରେ ଦୁଇ ଦୁଇଟି ମୃତ୍ୟୁକୁ ନେଇ ଏବେ ଅନ୍ୟ କଏଦୀମାନେ ଭୟଭୀତ ହୋଇପଡିଛନ୍ତି | ମିଳିଥିବା ସୂଚନା ମୁତାବକ ଗୋଟିଏ ସପ୍ତାହ ମଧ୍ୟରେ ଦୁଇଜଣ କଏଦୀଙ୍କ ମୃତ୍ୟୁ ସେଠାକାର ସମସ୍ତଙ୍କ ମନରେ ଭୟ ସୃଷ୍ଟି କରିଛି । ସପ୍ତାହକ ମଧ୍ୟରେ ଦୁଇଟି ମୃତ୍ୟୁ ଘଟଣାର କାରଣ ଅସ୍ପଷ୍ଟ ରହିଛି । କିଛି ଦିନ ପୂର୍ବେ ଦେଶ ବିରୋଧରେ ଗୁଇନ୍ଦା କରୁଥିବାର ଅଭିଯୋଗରେ ବିଚାରାଧୀନ କଏଦୀ ଥିବା ଭାରତୀୟ ସେନା ଅଧିକାରୀଙ୍କ ମୃତ୍ୟୁ ହୋଇଥିଲା ।

ସୂଚନା ମୁତାବକ ସେ ମାନସିକ ରୋଗରେ ଆକ୍ରାନ୍ତ ଥିଲେ । ତାଙ୍କ ଘଟଣାଟି କୋର୍ଟରେ ବିଚାରଧୀନ ଥିଲା ଏବଂ ଜେଲ ଯିବା ପରଦିନ ହିଁ ଛାତରୁ ଖସିପଡି ତାଙ୍କର ମୃତ୍ୟୁ ହୋଇଥିଲା । ଏହା ସନ୍ଦେହଜନକ ମୃତ୍ୟୁ ବୋଲି ତାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି । ହେଲେ ଏହାକୁ ଜେଲ କର୍ମଚାରୀ ଖଣ୍ଡନ କରିଛନ୍ତି । ସେହିପରି ଦୁଇ ଦିନ ତଳେ ହନି ଶର୍ମା ନାମକ ଜଣେ ଆଉ ଜଣେ କଏଦୀଙ୍କ ମୃତ୍ୟୁ ସମସ୍ତଙ୍କ ମନରେ ଭୟକୁ ବଢ଼ାଇଦେଇଛି ।

ସେ ଅସୁସ୍ଥ ଥିବାବେଳେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା | କିନ୍ତୁ ମେଡିକାଲରେ ଭର୍ତ୍ତି କରିବାର ଦିନକ ପରେ ମୃତ୍ୟୁ ହୋଇଯାଇଥିଲା | ଯାହାକୁ ନେଇ ତାଙ୍କ ପରିବାର ଲୋକ ସନ୍ଦେହ କରିଛନ୍ତି | ପ୍ରକୃତରେ ଏହାର ସତ୍ୟାସତ୍ୟ କଣ ଯାଂଚ ପରେ ହିଁ ଜଣାପଡିବ ଏହା ଜେଲ ପ୍ରଶାସନ ପକ୍ଷରୁ କୁହାଯାଇଛି | ଏଠାରେ ସୂଚନା ଥାଉ କି ତିହାର ଜେଲକୁ ଏସିଆ ମହାଦେଶର ସବୁଠାରୁ ସୁରକ୍ଷିତ ଜେଲ ଭାବେ ଜଣାଯାଇଥାଏ |

ସମ୍ବନ୍ଧିତ ଖବର