ବଢ଼ିବାରେ ଲାଗିଛି ପଶ୍ଚିମବଙ୍ଗରେ ହିଂସା, ବୋମା ବିସ୍ଫୋରଣରେ ଦୁଇଜଣଙ୍କର ମୃତ୍ୟୁ

କୋଲକାତା: ଥମୁନି ପଶ୍ଚିମବଙ୍ଗରେ ରାଜନୈତିକ ହିଂସା | ସୋମବାର ରାତିରେ ବୋମା ବିସ୍ଫୋରଣରେ ଦୁଇଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୪ ଜଣ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି | ମିଳିଥିବା ସୂଚନା ମୁତାବକ ଚବିଶ ପ୍ରଗଣାର କାଙ୍କିନାରାରେ କିଛି ଲୋକ ଦେଶୀ ବୋମାମାଡ କରିଥିଲେ | ବୋମାମାଡ ପରେ ଦୃବୁର୍ତ୍ତମାନେ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କୁ ଭୟଭିତ କରି ଲୁଟ ମଧ୍ୟ କରିଥିଲେ | ନିର୍ବାଚନ ପରେ ପଶ୍ଚିମବଙ୍ଗରେ ହିଂସା ବଢ଼ିବାରେ ଲାଗିଛି |

ଭାରତୀୟ ଜନତା ପାର୍ଟି ଓ ତୃଣମୂଳ କଂଗ୍ରେସର କର୍ମୀ ମୁହାଁମୁହିଁ ହେଉଥିବାବେଳେ ପରସ୍ପରକୁ ଆକ୍ରମଣ କରୁଛନ୍ତି | କେବଳ ଉତ୍ତର ଚବିଶ ପ୍ରଗଣାରେ ୫ ଜଣ ଲୋକଙ୍କର ପ୍ରାଣ ଗଲାଣି | ପଶ୍ଚିମବଙ୍ଗରେ ବିଗିଡ଼ିଥିବା ସ୍ଥିତି ନେଇ ସୋମବାର ରାଜ୍ୟପାଳ କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଦେଇଥିଲେ | ଯାହାକୁ ନେଇ ଏବେ ଗୁରୁତ୍ୱର ସହ ବିଚାର କରୁଛି କେନ୍ଦ୍ର |

IndiaTV

ସ୍ଥିତି ସମ୍ଭାଳିବାକୁ ୧୫୦ କମ୍ପାନୀ କେନ୍ଦ୍ରୀୟ ସୁରକ୍ଷା ବଳ ପଶ୍ଚିମବଙ୍ଗକୁ ପଠାଇଛନ୍ତି କେନ୍ଦ୍ର ସରକାର | ଏଥରର ଲୋକସଭା ନିର୍ବାଚନରେ ବିଜେପି ୧୮ଟି ଆସନ ଜିତିଥିବାବେଳେ ଟିଏମସି ୨୨ଟି ଆସନ ଜିତିଥିଲା|

ସମ୍ବନ୍ଧିତ ଖବର