ଭାରତୀୟ କୂଟନୀତିଜ୍ଞଙ୍କୁ ପାକିସ୍ତାନରେ ନିର୍ଯାତନା

ନୂଆଦିଲ୍ଲୀ : ଭାରତର ୨ ଜଣ କୂଟନୀତିଜ୍ଞଙ୍କୁ ପାକିସ୍ତନ ଗୁଇନ୍ଦା ଅଧିକାରୀଙ୍କ ଦ୍ୱାରା ନିର୍ଯାତନା ଦିଆଯାଇଛି। ଏହାର ତଦନ୍ତ କରିବା ସହ ଏଭଳି ଘଟଣାର ପୁନରାବୃତ୍ତି ଯେଭଳି ନହେବ ସେ ଦିଗରେ ତତ୍କାଳ ପଦକ୍ଷେପ ନେବାକୁ ଭାରତ ପକ୍ଷରୁ ପାକିସ୍ତାନ ବୈଦେଶିକ ମନ୍ତ୍ରାଳୟକୁ ଜଣାଇ ଦିଆଯାଇଛି।

ସୂଚନା ଅନୁଯାୟୀ, ଲାହୋର ନିକଟରେ ଥିବା ସଚ୍ଚା ‌ସୌଦା ଗୁରୁଦ୍ୱାରା ଠାରେ ଶ୍ରଦ୍ଧାଳୁଙ୍କୁ ସହାୟତା କରିବା ପାଇଁ ଭାରତୀୟ ହାଇ କମିସନରଙ୍କ ପକ୍ଷରୁ ଦୁଇ ଜଣ ଅଧିକାରୀ ଯାଇଥିବା ବେଳେ ସେଠାରେ ଏପ୍ରିଲ ୧୭ରେ ତାଙ୍କୁ ପାକିସ୍ତାନ ଗୁଇନ୍ଦା ଅଧିକାରୀମାନେ ପ୍ରାୟ ଅଧା ଘଣ୍ଟା ଅଟକ ରଖିଥିଲେ। ଭାରତୀୟ କୂଟନୀତିଜ୍ଞଙ୍କୁ ବିଭିନ୍ନ ପ୍ରଶ୍ନ କରିବା ସହ ସେମାନଙ୍କ ତଲାସୀ କରାଯାଇଥିଲା।

ସମ୍ବନ୍ଧିତ ଖବର