ନୂଆଦିଲ୍ଲୀ: ଲୋକସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ଅନୁମତି ବିନା ଗୁରୁବାର ବିହାରର ଦରଭଙ୍ଗାରେ ଆମ୍ବେଦକର ହଷ୍ଟେଲରେ ପହଞ୍ଚିବା ମହଙ୍ଗା ପଡ଼ିଛି। ରାହୁଲଙ୍କ ବିରୋଧରେ ଦରଭଙ୍ଗା ପୁଲିସ ଦୁଇଟି ମାମଲା ରୁଜୁ କରିଛି।
ରାହୁଲ ଗାନ୍ଧି ଦରଭଙ୍ଗାରେ ଆମ୍ବେଦକର ହଷ୍ଟେଲରେ ପହଞ୍ଚି ଏକ କାର୍ଯ୍ୟକ୍ରମରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ସମୁଦାୟ ଛାତ୍ରମାନଙ୍କୁ ସମ୍ବୋଧିତ କରିଥିଲେ। ଏଥିପାଇଁ ତାଙ୍କୁ ପ୍ରଶାସନ କୌଣସି ପ୍ରକାର ଅନୁମତି ଦେଇ ନଥିଲା। କାରଣ ପ୍ରଶାସନ କୌଣସି ହଷ୍ଟେଲରେ ରାଜନୈତିକ କାର୍ଯ୍ୟକ୍ରମ ପାଇଁ ଅନୁମତି ଦେଇ ନଥାଏ। ଏହା ସତ୍ତ୍ବେ ବି ରାହୁଲ ଜୋରଜବରଦସ୍ତି ହଷ୍ଟେଲର ପଛଦ୍ବାର ଦେଇ ହଷ୍ଟେଲ ଭିତରକୁ ପ୍ରବେଶ କରିଥିଲେ। ଏନେଇ ମଜିଷ୍ଟ୍ରେଟ ଖୁର୍ସିଦ ଆଲମ ଅଭିଯୋଗ କରିଥିଲେ। ଏହି ଅଭିଯୋଗକୁ କେନ୍ଦ୍ର କରି ରାହୁଲଙ୍କ ବିରୋଧ ଦରଭଙ୍ଗା ପୁଲିସ ଦୁଇଟି ମାମଲା ରୁଜୁ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/05/15/3fVREznZIs3XgTA6kHlp.jpg)