ସାଟେଲାଇଟ ଫୋନ ପାଇଁ ବିମାନବନ୍ଦରରେ ବନ୍ଧା ପଡ଼ିଲେ ଦୁଇ ଆମେରିକୀୟ ମହିଳା

ବାରଣାସୀ: ଉତ୍ତରପ୍ରଦେଶର ବାରଣାସୀରେ ଥିବା ଲାଲ ବହାଦୁର ଶାସ୍ତ୍ରୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଦୁଇ ଜଣ ବିଦେଶୀ ମହିଳାଙ୍କୁ ଅଟକ ରଖାଯାଇଛି | ଏହି ଦୁଇ ଜଣ ମହିଳା ଆମେରିକାର ବୋଲି ଜଣାପଡିଛି | ତେବେ କୌଣସି ଅପରାଧ ବା ସୁନା ଚାଲାଣରେ ଏମାନଙ୍କର ସମ୍ପୃକ୍ତି ନାହିଁ | ତେବେ ଏହି ମହିଳାଙ୍କ ପାଖରେ ସାଟେଲାଇଟ ଫୋନ ଥିବାରୁ ଏମାନଙ୍କୁ ଅଟକ ରଖାଯାଇଛି | ମିଳିଥିବା ସୂଚନା ମୁତାବକ ଆମେରିକାରୁ ଆସିଥିବା ଏହି ଦୁଇ ମହିଳାଙ୍କ ପାଖରେ ସାଟେଲାଇଟ ଫୋନ ଥିବାର ସିଆଇଏସଏଫ ଯବାନ ଜାଣିବାକୁ ପାଇଥିଲେ |

ଏହାପରେ ଏହି ମହିଳାଙ୍କୁ ଅଟକ ରଖି ପଚରାଉଚୁରା କରାଯାଉଛି | ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ଏହି ଦୁଇ ଜଣ ମହିଳା ଭାରତ ଭ୍ରମଣରେ ଆସିଥିଲେ | ଦୁଇ ଜଣ ଟ୍ରେନ ଯୋଗେ ଦିଲ୍ଲୀରୁ ବାରଣାସୀ ଆସିଥିଲେ |

ତେବେ ବାରଣାସୀରୁ ଏହି ଦୁଇ ଜଣ ମହିଳାଙ୍କୁ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବାର ଥିଲା | ଏଠାରେ ସୂଚନା ଥାଉ କି ଭାରତରେ ସାଟେଲାଇଟ ଫୋନ ବ୍ୟବହାର ଉପରେ ପ୍ରତିବନ୍ଧକ ରହିଛି | ଗୁଇନ୍ଦା ବିଭାଗ ଓ ପୁଲିସ ଛଡା ଅନ୍ୟ କେହି ଏହି ଫୋନକୁ ବ୍ୟବହାର କରିବାର ଅନୁମତି ଦିଆଯାଇନାହିଁ |

ସମ୍ବନ୍ଧିତ ଖବର