ସାମ୍ନାକୁ ଆସିଲା ଦୁଇମୁଣ୍ଡିଆ ସାପ, ଚମତ୍କାର ଭାବି ଲୋକ ପିଆଇଲେ କ୍ଷୀର

କୋଲକାତା: ଆପଣ ଦୁଇମୁଣ୍ଡିଆ ସାପ ଥିବାର ଶୁଣିଥିବେ | କିଛି ଲୋକ ଦୁଇମୁଣ୍ଡିଆ ସାପ ଦେଖିଥିବାର ଦାବି ମଧ୍ୟ କରନ୍ତି | କିନ୍ତୁ ଏବେ ଦୁଇମୁଣ୍ଡିଆ ସାପର ବାସ୍ତବ ଦୃଶ୍ୟ ଦେଖିବାକୁ ମିଳିଛି | ପଶ୍ଚିମବଙ୍ଗର ବେଲଡା ପଞ୍ଚାୟତର ଏକରୁଁଖୀ ଗ୍ରାମରେ ଦୁଇମୁଣ୍ଡିଆ ସାପଟିଏ ଦେଖିବାକୁ ମିଳିଛି | ସାଧାରଣତଃ ଦୁଇଟି ମୁଣ୍ଡ ଥିବା ସାପ ବହୁତ କମ ଦେଖିବାକୁ ମିଳିଥାଏ | ବଡ କଥା ଯେ ସ୍ଥାନୀୟ ଲୋକ ଏବେ ଏହି ସାପକୁ ଦେଖି କ୍ଷୀର ପିଇବାକୁ ଦେବାରେ ଲାଗିପଡିଛନ୍ତି |

ଏହି ଘଟଣା ଜଣାପଡିବା ପରେ ବନ ବିଭାଗ ପକ୍ଷରୁ ଛାନଭିନ ଆରମ୍ଭ କରାଯାଇଛି | ଦୁଇ ମୁଣ୍ଡିଆ ସାପକୁ ଦେଖିବାକୁ ଆଖପାଖ ଗ୍ରାମର ଲୋକମାନେ ଏବେ ଭିଡ ଜମାଇଛନ୍ତି |

ସାପ ପାଇଁ ଲୋକ ସାଙ୍ଗରେ କ୍ଷୀର ନେଇ ଆସୁଥିବାର ଜଣାପଡିଛି | ତେବେ ସାପଟି କେଉଁ ପ୍ରଜାତିର ତାହା ସ୍ପଷ୍ଟ ହୋଇନାହିଁ | ମିଳିଥିବା ସୂଚନା ମୁତାବକ ଏହି ଗ୍ରାମର ଜଣେ ବ୍ୟକ୍ତି ସାପଟିକୁ ପ୍ରଥମେ ଦେଖିବାକୁ ପାଇଥିଲେ | ଏହାପରେ ସେ ଗ୍ରାମବାସୀଙ୍କୁ କହିବା ପରେ ଲୋକମାନେ ପ୍ରଥମେ ବିଶ୍ୱାସ କରିନଥିଲେ | କିନ୍ତୁ ଏହାପରେ ନିଜ ଆଖିରେ ଦେଖିବା ପରେ ଏବେ ଏହି ସାପକୁ କ୍ଷୀର ପିଇବାକୁ ଦିଆଯାଉଛି |

ସମ୍ବନ୍ଧିତ ଖବର