କୋଝିକୋଡ଼: କରୋନା ଭୂତାଣୁ ପରେ ଏବେ କେରଳରେ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ‘ନିପା ଭାଇରସ୍’। କେରଳର କୋଝିକୋଡ଼ ଜିଲ୍ଲାରେ ‘ନିପା ଭାଇରସ୍’ ଦ୍ବାରା ଆକ୍ରାନ୍ତ ହୋଇଥିବା ଜଣେ ୧୨ ବର୍ଷିୟ ବାଳକର ରବିବାର ପ୍ରତ୍ୟୁଷରେ ମୃତ୍ୟୁ ଘଟିବା ପରେ ଏବେ ଆଉ ଦୁଇ ଜଣ ‘ନିପା ଭାଇରସ୍’ ଦ୍ବାରା ଆକ୍ରାନ୍ତ ହୋଇଥିବା ନେଇ ସୂଚନା ମିଳିଛି। ଚିକିତ୍ସା ପାଇଁ ପିଲାଟିକୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଶନିବାର ଦିନ ସ୍ବାସ୍ଥ୍ୟାବସ୍ଥାରେ ଅବନତି ଘଟିବାରୁ ଆଜି ଭୋର୍ ୫ଟା ବେଳେ ତା’ର ମୃତ୍ୟୁ ଘଟିଲା।
ତେବେ ନିପା ଭାଇରସ ସଂକ୍ରମଣର ଲକ୍ଷଣ ସହିତ ଆଉ ଦୁଇ ଜଣଙ୍କୁ ଚିହ୍ନଟ କରାଯାଇଛି ବୋଲି କେରଳର ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ ରବିବାର କହିଛନ୍ତି। ଆମେ ବର୍ତ୍ତମାନ ପର୍ଯ୍ୟନ୍ତ ନିପା ଭୂତାଣୁର ଲକ୍ଷଣ ଦେଖାଉଥିବା ୧୮୮ଜଣଙ୍କୁ ଚିହ୍ନଟ କରିଛୁ | ସେମାନଙ୍କ ମଧ୍ୟରୁ ୨୦ଜଣଙ୍କ ଅବସ୍ଥା ଭଲ ନଥିବା ବେଳେ ୨ଜଣଙ୍କ ମଧ୍ୟରେ ନିପା ଭୂତାଣୁ ଦ୍ବାରା ଆକ୍ରାନ୍ତ ହୋଇଛନ୍ତି। ୨ଜଣଙ୍କ ମଧ୍ୟରୁ ଜଣେ ଘରୋଇ ହସ୍ପିଟାଲ ସହିତ କାମ କରୁଥିବାବେଳେ ଅନ୍ୟଜଣେ କୋଜିକୋଡେ ମେଡିକାଲ କଲେଜ ହସ୍ପିଟାଲର ଜଣେ କର୍ମଚାରୀ ବୋଲି ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/t-43.jpg)