ଇନଷ୍ଟାଗ୍ରାମ, ଫେସବୁକ୍, ହ୍ବାଟ୍‌ସ୍‌ଆପ୍ , ଅଢ଼େଇ ଘଣ୍ଟା ଅଚଳ

ଦୁଃଖ ପ୍ରକାଶ କଲେ ଫେସ୍‌ବୁକ୍ ପ୍ରବକ୍ତା

ନୂଆଦିଲ୍ଲୀ: ସୋସିଆଲ ନେଟୱାର୍କିଂ ସାଇଟ୍‌ ଫେସବୁକ, ଇନଷ୍ଟାଗ୍ରାମ ଏବଂ ହ୍ବାଟ୍‌ସ୍‌ଆପ୍ ଆଜି ବିଶ୍ବର ଅନେକ ସ୍ଥାନରେ ଅଢ଼େଇ ଘଣ୍ଟାରୁ ଊର୍ଧ୍ବ ସମୟ ଧରି ଅଚଳ ହୋଇଯାଇଛି। ଏସିଆ, ୟୁରୋପ ଏବଂ ଆମେରିକା ମହାଦେଶର ଏକାଧିକ ସ୍ଥାନରେ ଏସବୁ ସୋସିଆଲ ମିଡିଆର ବ୍ୟବହାରକାରୀ ସାଇଟ୍‌ ଗୁଡ଼ିକୁ ଆାକ୍ସେସ କରିପାରି ନଥିଲେ। ସୋସିଆଲ ମିଡିଆ ଗ୍ରାହକଙ୍କ ଠାରୁ ବିଚ୍ଛିନ୍ନ ରହୁଥିବା ସମୟ ଉପରେ ନଜର ରଖୁଥିବା ଡାଉନଡିଟେକ୍ଟର ଡଟ୍ କମ୍ ନାମକ ୱେବସାଇଟ୍ ପକ୍ଷରୁ ଏହା କୁ‌ହାଯାଇଛି। ଫେସବୁକ୍‌କୁ ୯୦୦୦ରୁ ଅଧିକ ଲୋକ ଆକ୍ସେସ କରି ପାରି ନଥିବା ରିପୋର୍ଟ କରିଛନ୍ତି। ଏହି ସେବା ଗୁଡ଼ିକ ପ୍ରତି ବ୍ୟବହାରକାରୀମାନେ ଯେତେବେଳେ ଲଗ୍ ଇନ୍ କରୁଥିଲେ ସେତେବେଳେ ସେମାନେ କେତେକ ବୈଷୟିକ ତ୍ରୁଟି ରହିଥିବା ସମସ୍ୟାର ସମ୍ମୁଖୀନ ହେଉଥିଲେ। ୪ ହଜାରରୁ ଅଧିକ ଇନଷ୍ଟାଗ୍ରା‌ମ ବ୍ୟବହାରକାରୀ ଏବଂ ୬ ହଜାରରୁ ଅଧିକ ହ୍ବାଟ୍‌ସ୍‌ଆପ୍ ବ୍ୟବହାରକାରୀ ଏହି ସମସ୍ୟା ଭୋଗିଛନ୍ତି। ଡାଉନଡିଟେକ୍ଟର ଡଟ୍‌ କମ୍‌ର ଆଉଟେଜ୍ ମ୍ୟାପରୁ ଏହା ଜଣାଯାଇଛି ଯେ, ୟୁରୋପରେ ଅଧିକାଂଶ ବ୍ୟବହାରକାରୀ ଏହି ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଫେସବୁକ୍ ତୁଳନାରେ ହ୍ବାଟ୍‌ସ୍‌ଆପ୍ ଏବଂ ଇନଷ୍ଟାଗ୍ରାମରେ ଏହି ସମସ୍ୟା କମ୍ ରହିଥିଲା। ଫେସବୁକ୍ ଡୋମେନ୍ ଉପଲବ୍ଧ ହେଉ ନଥିବାବେଳେ ହ୍ବାଟ୍‌ସ୍‌ଆପ୍ ମେସେଜ୍ ପଠାଇ ହେଉ ନଥିଲା କିମ୍ବା ଗ୍ରହଣ କରାଯାଇ ପାରୁ ନଥିଲା। ବ୍ୟବହାରକାରୀମାନେ ଏହି ସମସ୍ୟାର ସମ୍ମୁଖୀନ ହେଉଥିବା ବିଷୟ ଟ୍ବିଟରରେ ସେୟାର କରିଥିଲେ। ତେବେ ଏହି ସମସ୍ୟାର ସମାଧାନ କରାଯାଇ ସାରିଛି ଏବଂ ଏହି ଅସୁବିଧା ପାଇଁ ଆମେ ଦୁଃଖିତ ବୋଲି ଫେସବୁକ୍‌ର ଜଣେ ପ୍ରବକ୍ତା କହିଛନ୍ତି। ସକାଳ ସାଢ଼େ ୬ଟା ବେଳକୁ ଏହି ସମସ୍ୟା ବିଶ୍ବରେ ଆରମ୍ଭ ହୋଇ ୯ଟା ପର୍ଯ୍ୟନ୍ତ ରହିଥିଲା।

ଉଲ୍ଲେଖଯୋଗ୍ୟ‌, ଉଲ୍ଲେଖଯୋଗ୍ୟ ଯେ, ଗତ ମାର୍ଚ୍ଚରେ ଫେସବୁକ୍ ସବୁଠାରୁ ଅଧିକ ସମୟ ପାଇଁ ଗ୍ରାହକଙ୍କ ଠାରୁ ବିଚ୍ଛିନ୍ନ ହୋଇଯାଇଥିଲା। ଫେସବୁକ୍, ଇନଷ୍ଟାଗ୍ରାମ ଏବଂ ହ୍ବାଟ୍‌ସ୍ଆପ୍‌ର ବ୍ୟବହାରକାରୀମାନେ ୨୪ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ଏସବୁ ସାଇଟ୍‌କୁ ଭିଜିଟ୍‌ କରିବାରେ ସମସ୍ୟା ଭୋଗିଥିଲେ। ସର୍ଭରରେ ଅସୁବିଧା ଯୋଗୁ ଏହା ହୋଇଥିଲା ବୋଲି ସେକେତେକ କମ୍ପାନି କହିବା ସହିତ ଏଥିପାଇଁ କ୍ଷମା ମାଗିଥିଲା।

ସମ୍ବନ୍ଧିତ ଖବର