ସିଙ୍ଗାପୁରରେ ବେଆଇନ୍‌ ଦୀପାବଳି ବାଣ ଲାଗି ଗିରଫ ଦୁଇ ଭାରତୀୟ ବଂଶୋଦ୍ଭବଙ୍କୁ ୨ ବର୍ଷ ଜେଲ୍‌ 

ସିଙ୍ଗାପୁର: ଦୀପାବଳିର ପୂର୍ବ ସନ୍ଧ୍ୟାରେ ସିଙ୍ଗାପୁରର ‘ଲିଟଲ୍‌ ଇଣ୍ଡିଆ’ ଅଞ୍ଚଳରେ ବେଆଇନ୍‌ ବାଣ ଫୁଟାଇବା କାରଣରୁ ଦୁଇ ଜଣ ଭାରତୀୟ ବଂଶୋଦ୍ଭବଙ୍କୁ ଗିରଫ କରାଯିବା ସହ ଦୁଇ ବର୍ଷ ଜେଲ୍‌ ଓ ୨, ୦୦୦ ରୁ ୧୦, ୦୦୦ ସିଙ୍ଗାପୁର ଡଲାର୍‌ ମଧ୍ୟରେ ଜରିମାନା କରାଯାଇଛି।

କର୍ତ୍ତୃପକ୍ଷଙ୍କ ଠାରୁ ଅନୁମତି ନ ଆଣି ସିଙ୍ଗାପୁରରେ ବାଣ ଫୁଟାଇବା ବେଆଇନ୍‌ କାର୍ଯ୍ୟ।

ବିପଜ୍ଜନକ ବାଣ ଫୁଟାଇବା ଅଭିଯୋଗରେ ୨୯ ବର୍ଷିୟ ତିଆଗି ସେଲବାରାଜୁ ଦୋଷୀ ହୋଇଥିବା ବେଳେ ୪୮ ବର୍ଷିୟ ଶିବ କୁମାର ସୁବ୍ରମଣିଆନ୍‌ ତାଙ୍କୁ ସହଯୋଗ କରିବାରୁ ଦୋଷୀ ହୋଇଛନ୍ତି।

ଅଦାଲତ କାଗଜପତ୍ର ଅନୁସାରେ, ସୋମବାର ମଧ୍ୟରାତ୍ରୀ ପୂୂର୍ବରୁ ଶିବକୁମାର ଗ୍ଲୋସେଷ୍ଟର୍‌ ରୋଡ୍‌ ଡିଭାଇଡର୍‌  ଉପରେ ବାଣ ଖୋଳ ରଖିଥିଲେ ଏବଂ ତିଆଗୁ ସେଥିରେ ନିଅାଁ ଲଗାଇଥିଲେ।

ଦୁହେଁ କେମିତି ବାଣ ଖରିଦ କଲେ ତାହା ଜଣାପଡ଼ି ନାହିଁ। ମଙ୍ଗଳବାର ଦିନ ଦୁହିଁଙ୍କୁ ଗିରଫ କରାଯାଇଥିଲା।

ସେମାନଙ୍କ ବାଣଫୁଟା ଦୃଶ୍ୟ ସାମାଜିକ ଗଣମାଧ୍ୟରେ ପ୍ରସାରିତ ହୋଇଥିଲା।

ଫେସ୍‌ବୁକ୍‌ ଗ୍ରୁପ୍‌ ଏସ୍‌ଜି ରୋଡ୍‌ ଭିଜିଲାଣ୍ଟ୍‌ ଏହାକୁ ମଙ୍ଗଳବାର ଅପରାହ୍ଣରେ ପୋଷ୍ଟ କରିଥିଲା। ସେଥିରେ ଲେଖାଥିଲା ରେସ୍‌ କୋର୍ସ ରୋଡ୍‌ରେ ବେଆଇନ୍‌ ବାଣ ଫୁଟା ଚାଲିଛି। ଘଟନାସ୍ଥଳକୁ ସିଙ୍ଗାପୁର ପୁଲିସ ଧାଇଁ ଯାଉଥିବା ମଧ୍ୟ ସେଥିରେ ଦିଶୁଛି। ଲୋକଙ୍କୁ ଶୁଭ ଦୀପାବଳି ଜଣାଇ ପୋଷ୍ଟ୍‍ଟି ଶେଷ ହୋଇଛି।

ଛୁଟିଦିନ ଏବଂ ସପ୍ତାହନ୍ତରେ ବହୁ ସଂଖ୍ୟକ ଭାତୀୟଙ୍କର ସମାଗମ ହେଉଥିବାରୁ ଲିଟଲ୍‌ ଇଣ୍ଡିଆ ଅଞ୍ଚଳରେ ରାସ୍ତାଗୁଡ଼ିକ ଖୁବ୍‌ ଜନାକୀର୍ଣ୍ଣ ଥାଏ।।

ସେ ଦୁଇ ଭାରତୀୟ ବଂଶୋଦ୍ଭବ ସିଙ୍ଗାପୁରବାସୀଙ୍କୁ ରିମାଣ୍ଡ୍‌ରେ ନିଆ ଯାଇଛି ଏବଂ ସେମାନେ ନଭେମ୍ବର ୧୪ ତାରିଖ ଦିନ ଅଦାଲତକୁ ଫେରିବେ।

ସମ୍ବନ୍ଧିତ ଖବର