ନୂଆଦିଲ୍ଲୀ : ଅରୁଣାଚଳ ପ୍ରଦେଶ ଭାରତ-ଚୀନ ସୀମାରେ ମୁତୟନ ଥିବା ଦୁଇଜଣ ସୈନିକ ଗତ ୧୪ ଦିନ ହେଲା ନିଖୋଜ ଥିବା ଖବର ହସ୍ତଗତ ହୋଇଛି । ସେମାନେ ଏକ ନଦୀରେ ବୁଡ଼ି ଯାଇଥିବା ସେନା ପକ୍ଷରୁ ସଂଦେହ କରାଯାଉଛି ।
ନିଖୋଜ ଥିବା ଦୁଇ ସୈନିକ ହେଲେ ହରେନ୍ଦ୍ର ନେଗୀ ଓ ପ୍ରକାଶ ସିଂ ରାଣା । ଉଭୟ ଭାରତ-ଚୀନ ସୀମା ନିକଟ ଠାକଲା ପୋଷ୍ଟରେ ମୁତୟନ ଥିବାବେଳେ ଗତ ମେ ୨୮ରୁ ନିଖୋଜ ଅଛନ୍ତି । ପ୍ରକାଶଙ୍କ ପତ୍ନୀ ମମତା ରାଣା କହିଛନ୍ତି ଯେ ତାଙ୍କ ସ୍ବାମୀ ନିଖୋଜ ଥିବା ସଂପର୍କରେ ଗତ ମେ ୨୯ ତାରିଖରେ ସେନା ପକ୍ଷରୁ ତାଙ୍କୁ ଫୋନ କରି ସୂଚନା ଦିଆଯାଇଥିଲା । ଗତ ଜୁନ ୯ ତାରିଖରେ ସେନା ପକ୍ଷରୁ ଆଉ ଥରେ ଫୋନ କରି କୁହାଯାଇଥିଲା ଯେ ଉକ୍ତ ଦୁଇ ଜଣ ସୈନ୍ୟ ନଦୀରେ ବୁଡ଼ିଯାଇଥିବା ସଂଦେହ କରାଯାଉଛି । ଭାରତୀୟ ସେନା ପକ୍ଷରୁ ନିଖୋଜ ଯବାନଙ୍କ ସନ୍ଧାନ ଜାରି ରହିଛି ।
ପ୍ରକାଶ ସିଂ ରାଣାଙ୍କ ଘର ଉତ୍ତରପ୍ରଦେଶର ସାହାସପୁର ବୋଲି ଜଣାପଡ଼ିଛି । ଆଜି ସାହାସପୁର ବିଧାୟକ ସହଦେବ ସିଂ ପନ୍ଦିର ପ୍ରକାଶଙ୍କ ପରିବାରକୁ ଭେଟିଛନ୍ତି । ସେ ମଧ୍ୟ ଏ ପ୍ରସଙ୍ଗରେ କେନ୍ଦ୍ର ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଅଜୟ ଭଟ୍ଟଙ୍କ ସହ ଫୋନରେ କଥା ହୋଇଥିବା ପ୍ରକାଶ କରିଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/03/kashmir-indian-army.jpg)