ୱାଶିଂଟନ: ଆମେରିକାରେ ଏକ ସଡ଼କ ଦୁର୍ଘଟଣାରେ ଦୁଇ ଜଣ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହୋଇଛି। ଏହି ଘଟଣାଟି ଗତ ସପ୍ତାହର। ଆମେରିକାର ଲାଙ୍କାଷ୍ଟର କାଉଣ୍ଟିରେ ଏକ ସଡ଼କ ଦୁର୍ଘଟଣାରେ ଭାରତୀୟ ଛାତ୍ରଙ୍କ ଜୀବନ ଯାଇଥିବା ସୂଚନା ରହିଛି।
ମୃତକ ଦ୍ବୟ ହେଉଛନ୍ତି ୨୩ ବର୍ଷୀୟ ସୌରଭ ପ୍ରଭାକର ଏବଂ ୨୦ ବର୍ଷୀୟ ମାନବ ପଟେଲ। ମୃତକମାନେ ଓହାଇଓର କ୍ଲିଭଲ୍ୟାଣ୍ଡ ଷ୍ଟେଟ୍ ୟୁନିଭର୍ସିଟିର ଛାତ୍ର ଥିଲେ। ପୁଲିସ ସୂଚନା ଅନୁଯାୟୀ, ମେ ୧୦ ତାରିଖରେ ଲାଙ୍କାଷ୍ଟର କାଉଣ୍ଟିର ପେନସିଲଭାନିଆ ଟର୍ନପାଇକ୍ରେ ସେମାନଙ୍କ ଗାଡ଼ି ରାସ୍ତାଚ୍ୟୁତ ହୋଇ ଏକ ଗଛରେ ପିଟି ହେବା ପରେ ଏକ ପୋଲ ସହିତ ଧକ୍କା ହେବା ପରେ ଏହି ଦୁର୍ଘଟଣା ଘଟିଥିଲା।
ନ୍ୟୁୟର୍କରେ ଥିବା ଭାରତୀୟ କନସୁଲେଟ୍ ଜେନେରାଲ୍ ଏହି ଘଟଣା ପାଇଁ ଶୋକ ପ୍ରକାଶ କରିଛନ୍ତି ଏବଂ ଏହି କଷ୍ଟକର ସମୟରେ ଶୋକସନ୍ତପ୍ତ ପରିବାରକୁ ସମର୍ଥନ ପ୍ରଦାନ କରିବାର ପ୍ରତିଶ୍ରୁତି ଦେଇଛନ୍ତି।
"କ୍ଲିଭଲ୍ୟାଣ୍ଡ ଷ୍ଟେଟ୍ ୟୁନିଭର୍ସିଟିର ଦୁଇ ଭାରତୀୟ ଛାତ୍ର, ମାନବ ପଟେଲ ଏବଂ ସୌରଭ ପ୍ରଭାକରଙ୍କ ଜୀବନ ହରାଇବା ଦୁର୍ଭାଗ୍ୟଜନକ ସଡ଼କ ଦୁର୍ଘଟଣା ବିଷୟରେ ଜାଣିବାକୁ ପାଇ ଗଭୀର ଦୁଃଖିତ," ବୋଳି କନସୁଲେଟ୍ ଏକ୍ସରେ ପୋଷ୍ଟ କରିଛି।
ଆହୁରି ମଧ୍ୟ କହିଛନ୍ତି ଯେ "ଏହି କଷ୍ଟକର ସମୟରେ ଆମର ସମବେଦନା ଏବଂ ପ୍ରାର୍ଥନା ସେମାନଙ୍କ ପରିବାର ସହିତ ଅଛି। କନସ୍ୟୁଲେଟ୍ ପରିବାର ସହିତ ଯୋଗାଯୋଗରେ ଅଛି ଏବଂ ସେମାନଙ୍କୁ ସମସ୍ତ ପ୍ରକାରର ସହାୟତାର ପ୍ରତିଶ୍ରୁତି ଦେଇଛି,"
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/05/13/4vboQ5WCGC1sfxh7mBhW.jpg)