ଅଟୱା: ଶୁକ୍ରବାର ଦିନ କାନାଡାର ବ୍ରିଟିସ୍‌ କଲମ୍ବିଆ ପ୍ରଦେଶରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ୨ଜଣ ଭାରତୀୟ ‌‘ଟ୍ରେନି ପାଇଲଟ୍‌’ଙ୍କର ମୃତ୍ୟୁ ଘଟିଥିବା ସରକାରୀ ଅଧିକାରୀମାନେ ସୂଚନା ଦେଇଥିଲେ। ମୃତ ଦୁଇ ଭାରତୀୟ ‘ଟ୍ରେନି ପାଇଲଟ୍’ (ତାଲିମ୍‌ ନେଉଥିବା ପାଇଲଟ୍) ମୁମ୍ବାଇର ଅଭୟ ଗଡ୍ରୂ ଓ ଯଶବିଜୟ ରାମୁଗଡ଼େ ବୋଲି ଜଣାପଡ଼ିଛି।

Advertisment

କାନାଡୀୟ ପୁଲିସ ଅଧିକାରୀମାନେ କହିଛନ୍ତି, ୨ ଇଞ୍ଜିନ୍‌ବିଶିଷ୍ଟ ହାଲୁକା ବିମାନ ‘ପାଇପର୍‌ ପିଏ-୩୪ ସନିକା’ ଦୁର୍ଘଟଣାଗ୍ରସ୍ତ ହୋଇ ଚିଲିୱାକ୍‌ ନଗରୀରେ ଥିବା ଗୋଟାଏ ‘ମୋଟେଲ୍‌’ (ପଥପାର୍ଶ୍ବ ଭୋଜନାଳୟ) ପଛପଟେ ଥିବା ଗଛବୃଚ୍ଛଭରା ଅରମା ମଧ୍ୟକୁ ଖସିପଡ଼ିଥିଲା। ଏହି ଦୁର୍ଘଟଣାରେ ଦୁଇଭାରତୀୟ ପାଇଲଟ୍‌ଙ୍କ ସହିତ ଆଉ ଜଣେ ପାଇଲଟ୍‌ ବି ପ୍ରାଣ ହରାଇଥିଲେ।

ମୃତକଙ୍କ ପରିବାରଙ୍କୁ ଏହି ଦୁଃଖଦ ଖବର ମିଳିବାପରେ ସେମାନେ ସ୍ଥାଣୁ ପାଲଟି ଯାଇଥିଲେ। ମୃତକଙ୍କ ମା’ ନିଜର ବଢ଼ିଲା ପୁଅକୁ ହରାଇ ପାଗିଳି ଭଳି ବାହୁନି ହେଉଛି। ଖୁବଶୀଘ୍ର ଟ୍ରେନି ସାରି ଫେରିବେ ବୋଲି ଅଭୟ ଗଡ୍ରୂ ଓ ଯଶବିଜୟ ରାମୁଗଡ଼େ ନିଜନିଜ ମା’ଙ୍କୁ କଥା ଦେଇଥିଲେ। ଅଭୟ ଓ ଯଶବିଜୟଙ୍କ ମା’ ପୁଅର ଫେରିବା ବାଟକୁ ଚାହିଁ ବସିଛନ୍ତି। ଏଭଳି ସମୟରେ ଦୁଇ ଟ୍ରେନି ପାଇଲଟଙ୍କ ମା’ଙ୍କୁ ପୁଅର ମୃତ୍ୟୁ ଖବର ମିଳିବା ପ‌ରେ ବି ସେମାନେ ଏ ଖବରକୁ ବିଶ୍ବାସ କରି ପାରୁ ନାହାନ୍ତି।

ଅଭୟ ଗଡ୍ରୂଙ୍କ ମା’ ଅନ୍ୟମାନଙ୍କୁ ବୁଝାଇ କହୁଛନ୍ତି, ‘ କାହିଁକି କାନ୍ଦୁଛ, ମୋ ପୁଅ ଫେରି ଆସିବ ତାର କିଛି ହୋଇନାହିଁ। ମୁଁ ପା ତାର ଫେରିବା ବାଟକୁ ଚାହିଁ ରହିଛି। ସେ ମୋତେ ଏମିତି ଠିକି ଦେଇ ଚାଲି ଯାଇପାରିବ ନାହିଁ।’